Home ଓଡ଼ିଶା ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ଘଟଣା ; ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର

ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ଘଟଣା ; ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର

108

କୋରାପୁଟ; ତା ୨୧-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ବୋରିଗୁମା ବ୍ଲକ ମଲଦା ପଂଚାୟତର ତାରାଗାଁ ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିବା ଘଟଣାରେ ପ୍ରାଣ ହରାଇଥିବା ଦୁଇଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି। ବୋରିଗୁମା ପୁଲିସ ପହଂଚିବା ପରେ କୋରାପୁଟ ମେଡିକାଲ କଲେଜରେ ମୃତ୍ୟୁ ବରଣ କରିଥିବା ରୋଇଲାର ମୃତଦେହ ବ୍ୟବଚ୍ଚେଦ କରା ଯାଇଥିବାବେଲେ ତାରାଗାଁରେ ପ୍ରାଣ ହରାଇଥିବା ଶିଶୁ ଦିଲେଶ୍ୱରୀର ଶବ ବୋରିଗୁମାରେ ବ୍ୟବଚ୍ଛେଦ କରା ଯାଇଥିଲା।ଶବ ବ୍ୟବଛେଦ ପରେ କୋରାପୁଟରୁ ମାଗଣା ଆମ୍ବୁଲାନ୍ସ ଯୋଗେ ରୋଇଲାର ମୃତଦେହକୁ ତାରାଗାଁକୁ ପରିବାରବର୍ଗ ନେଇଥିଲେ।ସୂଚନା ଥାଉକି, ତାରାଗାଁର ଧନମତି ହକିଜନ(୩୦) ଝିଅ ଦିଲେଶ୍ୱରୀ(୫) ଓ ପୁଅ ରୋଇଲା(୪ ମାସ) ସହ ରବିବାର ରାତିରେ ଘରେ ଶୋଇଥିଲେ। ବିଦ୍ୟୁତ ସର୍ଟ ସର୍କିଟ ହୋଇ ଅଚାନକ ବିଳମ୍ବିତ ରାତିରେ ଘରେ ନିଆ ଲାଗି ଯାଇଥିଲା। ଫଳରେ ନିଆରେ ପୋଡି ହୋଇ ଘଟଣା ସ୍ଥଳରେ ଦିଲେଶୂରୀର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଧନମତି ଓ ପୁଅ ରୋଇଲାକୁ ପଡୋଶୀମାନେ ପ୍ରଥମେ ବୋରିଗୁମା ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଅପରାନ୍ନରେ ରୋଇଲାର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.