Home ଜିଲ୍ଲା ପରିକ୍ରମା ସମୟର ସଦୁପଯୋଗ : ଛାତ ଉପରେ କିଚେନ କାର୍ଡେନ କଲେ ୪ର୍ଥ ଶ୍ରେଣୀ ଛାତ୍ର ଓମ୍...

ସମୟର ସଦୁପଯୋଗ : ଛାତ ଉପରେ କିଚେନ କାର୍ଡେନ କଲେ ୪ର୍ଥ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ

171

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ତେସିଙ୍ଗା ପଂଚାୟତ କୁଲଣା ଗାଁର ଜିତେନ୍ଦ୍ର ସାହୁଙ୍କର ପୁଅ ଓମ୍ ପ୍ରକାଶ ସାହୁ । ଭଣ୍ଡାରିପୋଖରୀ ସାରଦା ବିଦ୍ୟା ମନ୍ଦିରରେ ୪ର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଜଣେ ମେଧବାୀ ଛାତ୍ର । ସାରା କରୋନା ମହାମାରୀ ପାଇଁ ଜର୍ଜରିତ ହେଉଛି । ଗତ ମାର୍ଚ୍ଚ ୨୨ ତାରିଖରୁ ବିଦ୍ୟାଳୟ ସବୁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଘରେ ଏବେ ଏକଘଣ୍ଟା ଅନଲାଇନ୍‌ରେ ପାଠ ପଢା ହେଉଛି । ବାହାରେ କରୋନା ମହାମାରୀ ପାଇଁ ଲକଡାଉନ୍ ଓ ସଟ୍‌ଡାଉନ୍ ହୋଇଯାଇଛି । ବର୍ତ୍ତମାନ ଘରୁ ବାହାରିଲେ ବିପଦ, ତେଣୁ ପାଠ ପଢିସାରିବା ପରେ ସବୁବେଳେ ଘରେ । ଏଥିପାଇଁ ମଧ୍ୟ ବାକି ସମୟରେ ପନିପରିବା ଚାଷ ପାଇଁ ମନୋନିବେଶ କରିଛନ୍ତି । ଏନେଇ ବାପାଙ୍କ ସହ ପରାମର୍ଶ ପରେ ବାପା ପ୍ରଥମେ ଅମଙ୍ଗ ହେଲେ, ପରେ ପୁଅର ଚେଷ୍ଟା ଦେଖି ସେ ମଧ୍ୟ କିଛି ସାହାଯ୍ୟ କଲେ । କିଛି ସୋଲ ଯୋଗାଡ କରି ପୁଅର ସାହାଯ୍ୟ କରିଲେ । ପୁଅ ଘରେ ରହି ତାକୁ ମାଟି ଯୋଗାଡ କରି ଛାତ ଉପରେ କଲେ କିଚେନ କାର୍ଡେନ । ଛାତ ଉପରେ ଧୀରେ ଧୀରେ ଭଳି ଭଳି ଗଛ ଲଗାଇଲେ । ଭେଣ୍ଡି ଗଛ, ବାଇଗଣ ଗଛ, ମକ୍କା ଗଛ, ଜହ୍ନି, କାକୁଡି, ଛଚିନ୍ଦ୍ରା ଗଛ ଲଗାଇଛନ୍ତି । ମାର୍ଚ୍ଚ ମାସରେ ଏହି କାର୍ଯ୍ୟ ଆରମ୍ଭ କରିଥିବାବେଳେ ମେ ମାସ ବେଳକୁ ତାଙ୍କ ଛାତ ଉପରେ ଛୋଟିଆ ପନିପରିବା ବଗିଚା ଦେଖାଦେଇଥିଲା । ବର୍ତ୍ତମାନ ଦୈନନ୍ଦିନ ସେଠାରେ କିଛି ପନିପରିବା ଫଳୁଛି । ତେବେ ଛାତ୍ରଟିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହ ତାକୁ ପ୍ରୋତ୍ସାହନ ଦେବା ପାଇଁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.