Home ଓଡ଼ିଶା “ସମ୍ପର୍କ ଫର୍ ସମର୍ଥନ”:ଜାଗି ମଙ୍ଗତ ପଣ୍ଡାଙ୍କୁ ସାକ୍ଷାତ କଲେ ଜୁଏଲ

“ସମ୍ପର୍କ ଫର୍ ସମର୍ଥନ”:ଜାଗି ମଙ୍ଗତ ପଣ୍ଡାଙ୍କୁ ସାକ୍ଷାତ କଲେ ଜୁଏଲ

93

ଭୁବନେଶ୍ୱର(ଦେବଦତ୍ତ ରଥ):ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସମର୍ଥନ ପାଇଁ ସମ୍ପର୍କ”(ସମ୍ପର୍କ ଫର୍ ସମର୍ଥନ) ଅଭିଯାନ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭାରତୀୟ ଶିଳ୍ପ ମହାସଂଘର(ସିଆଇଆଇ) ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡାଙ୍କୁ ସାକ୍ଷାତ କରିଛନ୍ତି।ଜାଗି ମଙ୍ଗତ ପଣ୍ଡାଙ୍କୁ ତାଙ୍କ ଓରଟେଲ କମ୍ୟୁନିକେସନର କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ମୋଦି ସରକାରଙ୍କ ୪ ବର୍ଷର ସଫଳତା ଓ ଜନ କଲ୍ୟାଣକାରୀ ଯୋଜନା ସମ୍ବଳିତ “ସାଫ ନିୟତ ସହି ବିକାଶ” ପୁସ୍ତିକା ଜୁଏଲ ତାଙ୍କୁ ପ୍ରଦାନ କରିଛନ୍ତି।ପୂର୍ବରୁ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସମର୍ଥନ ପାଇଁ ସମ୍ପର୍କ ଅଭିଯାନ ଅନୁଯାୟୀ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି।ଏହା ସହ ଉଭୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ଅନ୍ୟାନ୍ୟ କିଛି ନେତୃତ୍ୱ ନିଜ ନିଜ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ “ସମର୍ଥନ ପାଇଁ ସମ୍ପର୍କ ଅଭିଯାନ” ଅନୁଯାୟୀ ସାକ୍ଷାତ କରୁଛନ୍ତି।

“ସଂପର୍କ ଫର୍ ସମର୍ଥନ”(ସମର୍ଥନ ପାଇଁ ସମ୍ପର୍କ) ଅଭିଯାନ ଅନୁଯାୟୀ ବିଜେପି ନେତାମାନେ ସମାଜରେ ବିଭିର୍ଣ୍ଣ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସାକ୍ଷାତକରି କେନ୍ଦ୍ର ସରକାରଙ୍କର ଗତ ୪ବର୍ଷର ସଫଳତା ସମ୍ପର୍କରେ ଅବଗତ କରାଉଛନ୍ତି।ଏହି କ୍ରମରେ ବିଜେପି ସଭାପତି ଅମିତ ଶାହା ପୂର୍ବତନ ସେନାଧ୍ୟକ୍ଷ ଦଲବୀର ସିଂହ ସୁହାଗଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି।ଏହା ସହ ସେ ବାବା ରାମଦେବ,ରତନ ଟାଟା,ମାଧୁରୀ ଦୀକ୍ଷିତ ଆଦିଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିବା ବେଳେ ଆହୁରି ଅଧିକ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।ଅମିତ ଶାହାଙ୍କ ବ୍ୟତୀତ ବିଜେପିର ସମସ୍ତ କେନ୍ଦ୍ରମନ୍ତ୍ରୀ,ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ,ବରିଷ୍ଠ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସାକ୍ଷାତକରି ସରକାରଙ୍କ ସଫଳତା ଜଣାଇବାର କାର୍ଯ୍ୟକ୍ରମ ରହିଛି।ଏହା ସହ ମୋଦୀ ସରକାରଙ୍କ ୪ ବର୍ଷ ଶାସନର ଉପଲବ୍ଧି ସମ୍ବଦ୍ଧିତ “ସାଫ ନିୟତ ସହି ବିକାଶ” ଏକ ପୁସ୍ତିକା ପ୍ରଦାନ କରାଯାଉଛି।

କେନ୍ଦ୍ରୀୟ ଯୋଜନା ଅନୁଯାୟୀ ଏହା ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ଚାଲିଛି।ଏହି କାର୍ଯ୍ୟକ୍ରମ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ସମାଜରେ ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ବ୍ୟକ୍ତିଙ୍କୁ ତାଙ୍କ ଘରେ ଯାଇ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ସହ ବିଜେପି ପ୍ରତି ସମର୍ଥନ ହାସଲ କରିବା ମୁଖ୍ୟ ଉଦ୍ଦେଶ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.