Home ଜିଲ୍ଲା ପରିକ୍ରମା ସମାସିଂହା ସରକାରୀ ବିଦ୍ୟାଳୟର ବାର୍ଷିକ କ୍ରୀଡା

ସମାସିଂହା ସରକାରୀ ବିଦ୍ୟାଳୟର ବାର୍ଷିକ କ୍ରୀଡା

246

କୋଲାବିରା, ୧୧।୧(ଓଡିଆପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକ ଅନ୍ତର୍ଗତ ସାମସିଂହା ସ୍ଥିତ ଗ୍ରାମପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ଦୁଦିନ ଧରି ପାଳିତ ହୋଇଯାଇଛି। ଆଜି ଉଦଯାପନୀ ଉତ୍ସବରେ ପୂର୍ବତନ ସରପଂଚ ତୁଳାରାମ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାସିଂହା ସରପଂଚ ହେମନ୍ତ କୁମାର ସାହୁ ଯୋଗ ଦୋଇଥବା ବେଳେ ମୁଖ୍ୟ ବକ୍ତା ଭାବରେ ଗୁରୁଚରଣ ସାହୁ ଯୋଗଦେଇ ଶିକ୍ଷା ଓ କ୍ରୀଡାର ସମନ୍ୱୟ ବିଷୟରେ ଆଲୋକପାତ କରିଥିଲେ। ପାଠ ପଢା ସାଙ୍ଗକୁ ଖେଲ କୁଦର ଆବଶ୍ୟକତା ଏବଂ ଏହାର ଉପକାରିତା ବିଷୟରେ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପଟେଲଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପଟେଲ, ଅବସରପ୍ରାପ୍ତ ଖେଳ ଶିକ୍ଷକ କରୁଣାକର ସେଠ, କ୍ଷୀରୋଦ ଗୈାନ୍ତିଆ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚାନ୍ଦ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଖେଳଶିକ୍ଷକ କରୁଣାକର ସେଠ, ସନ୍ତୋଷ ଦାସ ଏବଂ ଟଙ୍କଧର ପଶାୟତ ଖେଳ ପରିଚାଳନା କରିଥିବା ବେଳେ ଗଣେଶରାମ ପଟେଲ, ସତ୍ୟ ନାରାୟଣ ପଟେଲ, ପ୍ରମିଳା ବେହେରା, ଯୋଗେଶ୍ୱର ସେନାପତି, ସୁନନ୍ଦ ରଣା ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ୧୫୨ ଜଣା ଛାତ୍ର ଛାତ୍ରୀ ବରିଷ୍ଠ ଏବଂ କନିଷ୍ଠ ଦୁଇଟି ବିଭାଗରେ ବିଭକ୍ତ ହୋଇ ୬ଟି ବିଭାରେ ଭାଗ ନେଇଥିଲେ। ଏଥିରେ କୃତି ହାସଲ କରିଥିବା ଛାତ୍ରଛାତୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.