Home ଓଡ଼ିଶା ସମାପ୍ତ ହେଲା ମହିଳା ମୋର୍ଚ୍ଚା ଅଧିବେଶନ;ଓଡ଼ିଶାରେ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ:ଓଡ଼ିଶାରୁ କେତେ ଜଣ?

ସମାପ୍ତ ହେଲା ମହିଳା ମୋର୍ଚ୍ଚା ଅଧିବେଶନ;ଓଡ଼ିଶାରେ ହେବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ:ଓଡ଼ିଶାରୁ କେତେ ଜଣ?

199

ଭୁବନେଶ୍ୱର;୦୧,ସେପ୍ଟେମ୍ବର:ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ଅଧିବେଶନ ସମାପ୍ତ ହୋଇ ଯାଇଛି।ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଭିତରେ ମହିଳା ମାନଙ୍କର ବାଇକ ରାଲି,ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମାନଙ୍କର ବୈଠକ,ସୋସିଆଲ ମିଡିଆ ପ୍ରଭାରୀ ମାନଙ୍କର ବୈଠକ,ଭଦ୍ରକରେ ଉଜ୍ଜଲା ଯୋଜନାରେ ରୋଷେଇ କାର୍ଯ୍ୟକ୍ରମ ଏବଂ ଜିଲ୍ଲା,ମଣ୍ଡଳ ସଭାନେତ୍ରୀ/ସମ୍ପାଦିକା ମାନଙ୍କର ସମାବେଶ ହୋଇଯାଇଛି।ଏଭିତରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ଏବଂ ରାଜ୍ୟ ସଭାନେତ୍ରୀ ସେପ୍ଟେମ୍ବର ୫ରୁ ୨୧ ତାରିଖ ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚାର “ବୁଥ ଚାଲ” କାର୍ଯ୍ୟକ୍ରମ ଏବଂ ପୁରୀରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅଧିବେଶନ ହେବାର ଘୋଷଣା କରିଛନ୍ତି।ଏହାକୁ ନେଇ ରାଜ୍ୟ ମହିଳା ମୋର୍ଚ୍ଚା ଖୁବ୍ ଉତ୍ସାହିତ ଅଛି।

ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଶା ବିଜେପିରେ ମହିଳା ମୋର୍ଚ୍ଚା ହିଁ ସବୁଠାରୁ ସକ୍ରିୟ ଅଛି।ବିଜେପି ମୂଳ ସଙ୍ଗଠନ ବାଦେ ମହିଳା ମୋର୍ଚ୍ଚାର ଅଧିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି।ମହିଳା ମୋର୍ଚ୍ଚା ହିଁ ନବୀନ ପଟ୍ଟନାୟକଙ୍କୁ ଅଧିକ ଟାର୍ଗେଟ କରୁଛି।ନବୀନ ସରକାର ରାଜ୍ୟକୁ ଲଜ୍ଜା,କୁନ୍ଦୁଲି ଠାରୁ ସାଲେପୁର ଦୁଷ୍କର୍ମ ଘଟଣା ସବୁକୁ ନେଇ ନାରୀ ସୁରକ୍ଷା ଯାତ୍ରା, କୋକେଇ ଯାତ୍ରା,ଦୀପଦାନ,ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ନେଇ ଦାମଙ୍କୁ ଟାର୍ଗେଟ,ମହିଳା ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର,ଅଧିବେଶନ ଆଦି କାର୍ଯ୍ୟକ୍ରମ ମହିଳା ମୋର୍ଚ୍ଚା ହିଁ କରୁଥିବାର ଦେଖାଯାଉଛି।ଏବେ ଉଭୟ ଶାସକ ବିଜେଡି ଏବଂ କଂଗ୍ରେସ ମଧ୍ୟ ନିଜ ନିଜ ମହିଳା ବିଭାଗକୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି।ବିଜେଡି ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟକ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବାକୁ ଯାଉଥିବା ବେଳେ କଂଗ୍ରେସ ସେପ୍ଟେମ୍ବର ୨୦ରୁ ୩୦ ତାରିଖ ମଧ୍ୟରେ ‘ମହିଳା ଆକ୍ରୋଶ ଯାତ୍ରା’ କରିବାର ଯୋଜନା କରିଛି।

ତେବେ,ଓଡ଼ିଶାରେ ବିଜେପି ମହିଳା ମୋର୍ଚ୍ଚା ସକ୍ରିୟ କେତେ?ସେପ୍ଟେମ୍ବର ୫ରୁ ୨୧ ହେବ ବୁଥ ଚାଲ ଅଭିଯାନ।ବାସ୍ତବରେ ରାଜ୍ୟରେ କେତଟି ବୁଥରେ କମିଟି ଅଛି?ବୁଥ କଥା ଛାଡ଼ନ୍ତୁ,କେତଟି ଜୋନ ବା ମଣ୍ଡଳ/ବ୍ଲକ କମିଟି ହୋଇ ପାରିଛି?ମଣ୍ଡଳ/ବ୍ଲକ କଥା ଛାଡି ଦିଅନ୍ତୁ,ବିଭିର୍ଣ୍ଣ ଜିଲ୍ଲାର କ’ଣ କମିଟି ସଂପୂର୍ଣ୍ଣ ହୋଇ ପାରିଛି?ଏପରି ବି ଜିଲ୍ଲା ସଭାନେତ୍ରୀ ମଧ୍ୟ ଅଛନ୍ତି ଯିଏ ସୋସିଆଲ ମିଡିଆରେ ମୋଦୀଙ୍କ “ମନ କି ବାତ” ଶୁଣିବା ନାମରେ ଫେକ ଫଟୋ ପୋଷ୍ଟ କରନ୍ତି।ରାଜ୍ୟ ଦାୟିତ୍ୱରେ ଥିବା ମହିଳା ମୋର୍ଚ୍ଚାର ପଦାଧିକାରୀ ମାନେ ନିଜ ନିଜ ଅଞ୍ଚଳର କମିଟି ସଂପୂର୍ଣ୍ଣ କରାଇ ପାରିଛନ୍ତି କି?ଏଥିରେ ମହିଳା ମୋର୍ଚ୍ଚା ପକ୍ଷରୁ ବୁଥ ଚାଲ ଅଭିଯାନ ହେବ ଅବା କିପରି?ଏହା ବାଦେ ମହିଳା ମୋର୍ଚ୍ଚାର ପୁରୀରେ ହେବ ୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ।ଅର୍ଥାତ୍ ଓଡ଼ିଶାକୁ ଫୋକସ।ଭଲ କଥା, ତେବେ ଏଠି ପ୍ରଶ୍ନ ଉଠୁଛି ଓଡ଼ିଶାରେ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଓଡ଼ିଶାରୁ ଯୋଗ ଦେବେ କେତେ?ଅର୍ଥାତ୍ ଓଡ଼ିଶାର କେତେଜଣ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ଗୁରୁତ୍ୱ ଦେବା କଥା କହି ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକ୍ରମ କରୁଛି।ତେବେ ରାଜ୍ୟ ବିଜେପିରେ କେତେଜଣ ମହିଳାଙ୍କର ନେତୃତ୍ୱ ବିକାଶ ହୋଇ ପାରିଛି?ମହିଳା ମୋର୍ଚ୍ଚାର କେବେ କୌଣସି କାର୍ଯ୍ୟକ୍ରମରେ ବିଜେପିର ଏକମାତ୍ର ନିର୍ବାଚିତ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳୁନି।ଯିଏ ହୁଏତ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଦର୍ଶ ହୋଇପାରନ୍ତି।ମହିଳା ମୋର୍ଚ୍ଚାର ଆଉ ଏକ କଥା ସନ୍ଦେହ ସୃଷ୍ଟି କରେ।ନାରୀ ସୁରକ୍ଷା ନେଇ ମହିଳା ମୋର୍ଚ୍ଚା ଯାତ୍ରା କଲା।ନବୀନଙ୍କ ଠାରୁ ଆରମ୍ଭ କରି ବିଜେଡି ନେତା,ପୁଲିସ,ପ୍ରଶାସନ ସମସ୍ତଙ୍କୁ ଟାର୍ଗେଟ କଲା।କିନ୍ତୁ ମହିଳା ସୁରକ୍ଷା ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ମହିଳା ମୋର୍ଚ୍ଚା ସେପରି ଆକ୍ଷେପ କରିବାର ଦେଖା ନଯିବା ଭିତରର କାରଣ କ’ଣ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.