Home କୋରାପୁଟ ଷ୍ଟାଡିୟମରେ ପରବ ମୁଖ୍ୟଉତ୍ସବ ପାଳନକୁ ବିରୋଧଜାରି ; କ୍ରୀଡାବିତ ଓ ସହରବାସୀ ଷ୍ଟାଡିୟମକୁ ବଚାଂଇବାକୁ ଅଭିଯାନ...

ଷ୍ଟାଡିୟମରେ ପରବ ମୁଖ୍ୟଉତ୍ସବ ପାଳନକୁ ବିରୋଧଜାରି ; କ୍ରୀଡାବିତ ଓ ସହରବାସୀ ଷ୍ଟାଡିୟମକୁ ବଚାଂଇବାକୁ ଅଭିଯାନ ଆରମ୍ଭ କଲେ

1746

କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ଉତ୍ସବ ପରବର ମୁଖ୍ୟ ଉତ୍ସବ ପୂଜାରୀପୁଟସ୍ଥିତ ଷ୍ଟାଡିୟମଠାରେ ପ୍ରତିବର୍ଷ ପାଳନ କରାଯାଇଥାଏ।ରାଜ୍ୟ କ୍ରୀଡା ବିଭାଗ ଷ୍ଟାଡିୟମର ଉନ୍ନତି କରିବାକୁ ୮୦ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ।ଷ୍ଟାଡିୟମରେ ପରବ ଉତ୍ସବକୁ ବନ୍ଦ କରାଗଲେ ମଂଜୁରୀ ହୋଇଥିବା ଅର୍ଥ ପ୍ରଦାନ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ପ୍ରେରଣ କରିଥିଲେ।କୋରାପୁଟର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ୨୦୧୭ ମସିହା ପରେ ଷ୍ଟାଡିୟମରେ ଆଉ ପରବ ପାଳନ କରାଯିବ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶକଙ୍କୁ ଛିଠି ପ୍ରେରଣ କରିବା ପରେ ଅର୍ଥ ପ୍ରଦାନ କରାଯାଇଥିଲା।ଅର୍ଥ ଆସିବା ପରେ ଉକ୍ତ ଷ୍ଟାଡିୟମର ଉନ୍ନତି ନିମନ୍ତେ ଜଳବିଭାଜିକା ଦ୍ୱାରା କାର୍ଯ୍ୟ କରାଯାଉଛି।ଏବେ ୬୦ ପ୍ରତିଶତ କାମ ସରିଗଲାଣି ଓ ଫୁଟବଲ ପଡିଆ ନିମନ୍ତେ ଘାସ ଲଗାହୋଇଛି।ପରବର ନିଜସ୍ୱ ଜମି ଚିହ୍ନଟ କରାଯାଇ ବହୂ ଆଡମ୍ବରରେ ଶୁଭ ଦିଆଯାଇଥିଲା ଓ ଏଥି ନିମନ୍ତେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା।ଏହାପରେ ଉକ୍ତ ଜମି ପ୍ରସ୍ତାବିତ ବନ ସଂରକ୍ଷଣର ବୋଲି ବନାଞଳ ଅଧିକାରୀ କହିବା ପରେ ଜିଲ୍ଲା ପ୍ରଶାସନ ସେବେଠାରୁ ଚୁପ ହୋଇ ବସି ପଡିଥିବା ଜଣାପଡିଛି।ପରବ-୨୦୧୮ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ଆୟୋଜିତ ସାଧାରଣ ବୈଠକରେ ସ୍ଥାନ ନିରୂପଣ ହୋଇ ନ ଥିଲା।ଯେତେବେଳେ ୨ ୟ ବୈଠକରେ ପରବର ମୁଖ୍ୟ ଉତ୍ସବ ଷ୍ଟାଡିୟମରେ ହେବ ବୋଲି ପ୍ରଶାସନ କହିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା।ଫେସବୁକରେ ଏହା ଭାଇରାଲ ହେବାପରେ ସାଧାରଣ ବ୍ୟକ୍ତି ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ନାପସନ୍ଦ କରିଛନ୍ତି।କୋରାପୁଟ ଜିଲ୍ଲାର କ୍ରୀଡାବିତ ଓ ସହରବାସୀ ଷ୍ଟାଡିୟମକୁ ବଂଚାଇବା ନିମନ୍ତେ ଅଭିଯାନ ଆରମ୍ଭ କରିଦେଇଛନ୍ତି।ଆସନ୍ତାକାଲି ଅପାରହ୍ନରେ ଜିଲ୍ଲାପାଳଙ୍କୁ ଭେଟି ଷ୍ଟାଡିୟମରେ ପରବ ବନ୍ଦ କରି ପୋଲିସ ପଡିଆ,  ହାଇସ୍କୁଲ ପଡିଆ କିମ୍ବା ରେଲବାଇ ପଡିଆରେ କରିବାକୁ ନିବେଦନ କରିବେ ବୋଲି ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.