Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶ୍ରୀ ମନ୍ଦିରରେ ଅକ୍ଷୟ ତୃତୀୟା ନୀତି ଚୂଡାନ୍ତ

ଶ୍ରୀ ମନ୍ଦିରରେ ଅକ୍ଷୟ ତୃତୀୟା ନୀତି ଚୂଡାନ୍ତ

238

ପୂରୀ, ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା ମେ ୭ ତାରିଖ ପବିତ୍ର ଅକ୍ଷୟ ତୃତୀୟା। ଘୋଷଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ଏହି ଦିନ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଅପରାହ୍ନ ୪ଟା ସୁଦ୍ଧା ରଥ ଆଜ୍ଞାମାଳ ବିଜେ ହେବ। ଚନ୍ଦନ ଯାତ୍ରାକୁ ଦିଅଁ ବିଜେ କରିବେ। ସଂଧ୍ୟା ସୁନ୍ଧା ରଥ ନିର୍ମାଣ ଆରମ୍ଭ ହେବ ଓ ଦିଅଁ ନରେନ୍ଦ୍ର ରେ ଚାପ ଖେଳିବେ ବୋଲି ସମୟ ଧାର୍ଯ୍ୟ ହୋଇଛି। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଷୟ ତୃତୀୟା ନୀତି ଚୂଡାନ୍ତ ହୋଇଛି। ପ୍ରଶାସନର ନିଷ୍ପତି ଅନୁଯାୟୀ, ମଙ୍ଗଳବାର ଭୋର ୩ଟାରେ ଦ୍ୱାରଫିଟା ହେବ। ସାଢେ ୩ଟା ସୁଦ୍ଧା ଭିତର ଶୋଦ ହୋଇ ୪ଟାରେ ମଙ୍ଗଳଆଳତି ହେବ। ସାଢେ ୫ଟା ସୁଦ୍ଧା ଅବକାଶ ନୀତି ସରିବ। ସକାଳ ସାଢେ ୭ ରୁ ୯ଟା ମଧ୍ୟରେ ସକାଳ ଧୂପ, ଦିନ ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ ଏବଂ ଦିନ ୧୨ଟାରେ ସର୍ବାଙ୍ଗ ହୋଇ ସାଢେ ୧୨ଟାରେ ବେଶ ଶେଷ ହେବ। ଅପରାହ୍ନ ୨ଟା୩୦ ସୁଦ୍ଧା ମଧ୍ୟାହ୍ନ ଧୂପ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.