Home ଓଡ଼ିଶା ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ପାଳିତ

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ପାଳିତ

267

ପୁରୀ, ୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରେ ପାରମ୍ପରିକ ରୀତିନୀତି ମତେ ପାଳିତ ହୋଇଛି ନୃସିଂହଙ୍କ ଜନ୍ମ ନୀତି। ତିନିବାଡରେ ମହାସ୍ନାନ ପରେ ଛମୂର୍ତି ଅଳଙ୍କାର ଲାଗି ହୋଇଥିଲା। ସନ୍ଧ୍ୟାଧୂପ ପରେ ଦକ୍ଷିଣ ଘରୁ ନୃସିଂହ ଦେବଙ୍କୁ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା। ଆଜ୍ଞାମାଳ ପାଇବା ପରେ ନୃସିଂହ ଦେବ ମୁକ୍ତ ମଣ୍ଡପ ଉପରେ ଥିବା ଖଟୁଲୀରେ ବିଜେ କରିଥିଲେ।

ଏହି ସମୟରେ ଶ୍ରୀମନ୍ଦିର ନୃସିଂହ ଓ ଖଟୁଲୀରେ ଥିବା ନୃସିଂହ ଦେବଙ୍କର ମହାସ୍ନାନ ନୀତି ବଢି ଶୀତଳ ଭୋଗ କରାଯାଇଥିଲା। ବନ୍ଦାପନର ପରେ ନୃସିଂହ ପ୍ରତିମା ବିମାନକୁ ବିଜେ କରିଥିଲେ। ଯେହେତୁ ଲକଡାଉନ ଚାଲିଥିବା ସମୟରେ ବାହାରେ କୌଣସି ଆଧ୍ୟାତ୍ମିକ ପୂଜାର୍ଚ୍ଚନା ହୋଇପାରିବ ନାହିଁ। ସେଥିପାଇଁ ସମସ୍ତ ନୀତି ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।

ଚାପରେ ନୃସିଂହ ଦେବଙ୍କର ଯେଉଁ ନୀତି ହୋଇଥାଏ ଯେହେତୁ ଶ୍ରୀମନ୍ଦିର ପରିସର ମଧ୍ୟରେ ଚାପ କରାଯାଉଛି ସମସ୍ତ ନୀତି ସେହିଠାରେ ହିଁ ପାରମ୍ପରିକ ରୀତି ନୀତି ଅନୁଯାୟୀ କରାଯାଇଥିଲା। ନୃସିଂହ ଜନ୍ମ ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନୃସିଂହ ମନ୍ଦିରରେ ଆଜି ଲକଡାଉନ ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖାଯାଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.