Home ଓଡ଼ିଶା ଶ୍ରୀଜୀଉଙ୍କ ବନକ ଲାଗି ନୀତି ସମ୍ପନ୍ନ

ଶ୍ରୀଜୀଉଙ୍କ ବନକ ଲାଗି ନୀତି ସମ୍ପନ୍ନ

44

ପୁରୀ, ୧୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବୁଧବାର ମାର୍ଗଶୀର ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ “ବନକଲାଗି” ବା “ଶ୍ରୀମୁଖ ସିଂହାର” ଅନୁଷ୍ଠିତ ହୋଇଯାଇଛି। ବନକଲାଗି ବଢ଼ିଲା ପରେ, ପାଳିଆ ମେକାପ ସିଂହାସନ ଉପରକୁ ଉଠି ସିଂହାସନ ଧୋଇଥିଲେ, ତିନିଜଣ ପୂଜାପଣ୍ଡା ସାମନ୍ତେ ସିଂହାସନ ତଳେ ବସି ପଞ୍ଚାମୁର୍ତ୍ତରେ ମହାସ୍ନାନ କରିଥିଲେ। ଏହାପରେ ସହସ୍ନାନ ପୂଜାପାଠ ହୋଇ, ମହାସ୍ନାନ ପୂଜା ଶେଷ ପରେ ମଇଲମ ହୋଇ, ସନ୍ଧ୍ୟା ଆଳତି ବେଶ ସନ୍ଧ୍ୟା ଘ୬:୧୫ମି. ରେ ଆରମ୍ଭ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ ପ୍ରସାଦ ବାହାରି ପାଣି ପଡ଼ିଲାପରେ ମହାପ୍ରଭୁଙ୍କୁ ମଇଲମ କରାଯାଇ ଚନ୍ଦନ ଲାଗି, ବଡ଼ସିଂହ।।ର ବେଶ ଓ ବଡ଼ସିଂହାର ଭୋଗ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.