Home ଓଡ଼ିଶା ଶ୍ରୀଜୀଉଙ୍କ ବନକଲାଗି ନୀତି ସଂମ୍ପନ୍ନ

ଶ୍ରୀଜୀଉଙ୍କ ବନକଲାଗି ନୀତି ସଂମ୍ପନ୍ନ

51

ପୁରୀ, ୦୬/୨୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରିଥିଲେ। ପ୍ରାକୃତିକ ପ୍ରଣାଳିରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶ୍ରୀଙ୍ଗାର କରାଯାଇଥିଲା। ଏଥିରେ ହିଙ୍ଗୁଳ, ହରିତାଳ, କସ୍ତୁରି, ନାଲି, ଧଳା, , କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀଙ୍ଗାର କରରାଯାଇଥିଲା। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆଜି ଅପରାହ୍ନରେ ପ୍ରାୟ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଥିଲା। ବନକ ଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନ୍ନର୍ବାର ସମସ୍ତ ନୀତି କାନ୍ତି ଆରମ୍ଭ ହୋଇ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.