Home ଜିଲ୍ଲା ପରିକ୍ରମା ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ : ରଥଯାତ୍ରା ବନ୍ଦ ଆଦେଶ ବିରୁଦ୍ଧରେ ରିଟ...

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଜରୁରୀ ବୈଠକ : ରଥଯାତ୍ରା ବନ୍ଦ ଆଦେଶ ବିରୁଦ୍ଧରେ ରିଟ ପାଇଁ ଅନୁରୋଧ

95

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଜରୁରୀ ବୈଠକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ସୁପ୍ରିମ କୋର୍ଟ ରଥଯାତ୍ରା ଉପରେ କଟକଣା ଜାରି କରିଥିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୁରୀ ଶ୍ରୀକ୍ଷେତ୍ର ଧାମରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ସମ୍ପର୍କରେ ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ରାୟ ସର୍ବମାନ୍ୟ ହେଲେ ହେଁ ଏହା ଦେଶ ବିଦେଶର ଅଗଣିତ ଭକ୍ତଭକ୍ତା ମାନଙ୍କୁ ଚରମ ବ୍ୟାଘାତ ଓ ମର୍ମାହତ କରିଛି । ଶ୍ରୀଜଗନ୍ନାଥ ଭାବ ଓ ଭକ୍ତର ଦେବତା । ଅଗଣିତ ଭାବ ଓ ଭକ୍ତିରେ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ ଅନୁଭୂତ ହୁଏ । ଏହି ପରିପ୍ରେକ୍ଷୀରେ ଆଜିକାର ପ୍ରଚାର ସମିତି ଅତି ନମ୍ରତାର ସହ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ବିରୁଦ୍ଧରେ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରିଟ ପିଟିସିନ ଦାଖଲ କରିବାକୁ ଅନୁରୋଧ କରିଥିଲେ । ରଥଯାତ୍ରା ସାମାଜିକ ଦୁରତା ଓ କୋବିଡ଼ -୧୯ର ନିୟମାନୁଯାୟୀ ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ସେହିପରି ବାସୁଦେବପୁର ଜାମୁଝାଡି ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ବାଣପୁର ମୌଜାର ରାସ୍ତା ସନ୍ନିକଟ ୫୦ ବର୍ଷରୁ ଉର୍ଦ୍ଧ୍ୱ ଶ୍ରୀଜଗନ୍ନାଥ ମନ୍ଦିରକୁ ଭାଙ୍ଗିଦେବା ପାଇଁ ସମନ ଜାରି କରାଯାଇଥିବାରୁ ଅନ୍ୟତ୍ର ଏକ ମନ୍ଦିର ନିର୍ମାଣ କରାଯିବା ଓ ଏଥି ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.