Home ଓଡ଼ିଶା ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ ନେତା!

ଶୃଙ୍ଖଳା ଶିଖାଉଛନ୍ତି ବିଶୃଙ୍ଖଳିତ ନେତା!

120

ଭୁବନେଶ୍ୱର;୨୩, ଅଗଷ୍ଟ(ଦେବଦତ୍ତ ରଥ):ନିଜେ ଶୃଙ୍ଖଳିତ ନୁହଁ, କିନ୍ତୁ କାର୍ଯ୍ୟକର୍ତ୍ତାଙ୍କୁ ଶୃଙ୍ଖଳା ଶିଖାଉଛନ୍ତି ନେତା।ଓଡ଼ିଶା ବିଜେପିରେ ଏହିପରି କିଛି ଦେଖିବାକୁ ମିଳୁଛି।ବିଭିର୍ଣ୍ଣ ସଭା/ସମିତି କଥା ଛାଡ଼ନ୍ତୁ, ଭୁତପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା ସମୟରେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳୁଛି।

ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦିଲ୍ଲୀରୁ ବାଜପେୟୀଙ୍କ ଅସ୍ଥି କଳସ ଧରି ଭୁବନେଶ୍ୱରରେ ପହଁଚିଲେ।ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅସ୍ଥି କଳସ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ରହିବା ପରେ ଗୁରୁବାର “ଅସ୍ଥି କଳସ ଯାତ୍ରା” କରାଯାଇ ପୁରୀ ମହୋଦଧିରେ ବିସର୍ଜନ କରାଗଲା।ବୁଧବାର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଧରି କାର୍ଯ୍ୟାଳୟ ଆସିବା ପୂର୍ବରୁ ସେଠାରେ ନାମ ସଂକୀର୍ତ୍ତନ ଚାଲିଥିଲା।କୁହାଗଲା, ରାଜ୍ୟ ସଭାପତି ଅସ୍ଥି କଳସ ଆଣି ସଭାସ୍ଥଳୀରେ ସ୍ଥାପନ କଲା ପରେ ଯାଇ ସମସ୍ତେ ଦର୍ଶନ, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।ପୂର୍ବରୁ କେହି ମଞ୍ଚ ଉପରକୁ ଯିବେ ନାହିଁ।ଏହିପରି ସୂଚନା ମାଇକରଫୋନ ମାଧ୍ୟମରେ ଦିଆ ଯାଇଥିଲା।

ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ସୂଚନା ଅନୁଯାୟୀ କଳସ ସ୍ଥାପନ ପରେ ଶୃଙ୍ଖଳିତ ଢଙ୍ଗରେ ଯାଇ ସେମାନଙ୍କ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିଲେ।କିନ୍ତୁ, ବିଶୃଙ୍ଖଳିତ ଥିଲେ ଶୃଙ୍ଖଳା କଥା କହୁଥିବା ରାଜ୍ୟ ବିଜେପିର କିଛି ନେତା।ବସନ୍ତ ପଣ୍ଡା କଳସ ସ୍ଥାପନ କରିବା ସମୟରୁ ହିଁ ମାଳମାଳ କିଛି ନେତା ମଞ୍ଚ ଉପରେ ଭର୍ତ୍ତି ହୋଇ ଯାଇଥିଲେ।ଶ୍ରଦ୍ଧାଞ୍ଜଳି ଅର୍ପଣ ଭାବନା କମ ବରଂ ନିଜର ଫଟୋ ଏବଂ ପ୍ରଚାର ପାଇଁ ସେମାନେ ଏପରି କରୁଥିବା ପରି ଅନୁଭବ ହେଉଥିଲା।ଏପରିକି କଳସ ସ୍ଥାପନ ସମୟରେ ଗୋଟିଏ ପରିବାରର ତିନି ତିନି ଜଣ ନେତା ମଞ୍ଚ ଉପରେ ରୁଣ୍ଡ ହୋଇ ଯାଇଥିଲେ।ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଦୁଇ ପାଖରେ ଠିଆ ରହି ସୁରକ୍ଷା ଦେବା କଥା କୁହାଯାଇ ଥିଲା।ଅନେକ ସେୟା କରୁଥିଲେ ମଧ୍ୟ।କିନ୍ତୁ କେତେଜଣ ମଞ୍ଚ ଉପରେ କଡ଼ରେ ଠିଆ ରହି ସୁରକ୍ଷା ଆଳରେ ନିଜ ପତିଆରା ଦେଖାଉଥିଲେ।ତେବେ, ଏ ଭିତରେ ଅନେକ କାର୍ଯ୍ୟକର୍ତ୍ତାଙ୍କ ସମେତ କେତେକ ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ସମୟରେ ଖୁବ ଭାବାବେଗ ଜଣାପଡ଼ୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.