Home କୋରାପୁଟ ଶୁଙ୍ଗୀ ବିସ୍ପୋରଣରେ ସହୀଦମାନଜ୍ଞୁ ଜିଲ୍ଲା ପୋଲିସ ତରଫରୁ ଶ୍ରର୍ଦ୍ଧାଞଳି

ଶୁଙ୍ଗୀ ବିସ୍ପୋରଣରେ ସହୀଦମାନଜ୍ଞୁ ଜିଲ୍ଲା ପୋଲିସ ତରଫରୁ ଶ୍ରର୍ଦ୍ଧାଞଳି

224

କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଶୁଙ୍ଗୀ ବିସ୍ପୋରଣର ସହୀଦମାନଙ୍କୁ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଶ୍ରର୍ଦ୍ଧାଞଳି ଜ୍ଞାପନ କରାଯାଇଛି ।କୋରାପୁଟ ପୋଲିସ ପଡିଆଠାରେ ସହୀଦ ସ୍ତମ୍ଭରେ ରହିଥିବା ଫଟୋରେ କୋରାପୁଟ ଅତିରିକ୍ତ ଏସପି ଉଦ୍ଧବ ନାୟକ ,୪ ର୍ଥ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର ଉପ-ଦୁର୍ଗପତି ବି.କେ.ନାୟକ ,ଡିଏସପି (ହୋମଗାର୍ଡ) କିଶୋର ଚନ୍ଦ୍ର ଦାଶ ,ପୋଲିସ ଆରଆଇ ସୁବାସ ଚନ୍ଦ୍ର ନାୟକ ଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି ଗିରିଜା ଶଂକର ନାୟକ ,ବୃଦ୍ଧିଜିବୀ ଲଲାଟ ରଂଜନ ସେଠୀ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ସହୀଦଙ୍କ ପରିବାରବର୍ଗ ପୁଷ୍ପମାଲ୍ୟାର୍ପଣ କରି ସ୍ୃତିଚାରଣ କରିଥିଲେ ।ସହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରୀବ ପ୍ରାର୍ଥନା କରାଯାଇଥିଲା ।କାର୍ଯ୍ୟକ୍ରମକୁ ପୋଲିସ ଜିଲ୍ଲା କାର୍ଯ୍ୟାଳୟର ଦିଲିପ ପାଢୀ ପରିଚାଳନା କରିଥିଲେ ।
ସୂଚନା ଯୋଗ୍ୟ ଯେ ଗତ ୨୦୧୭ ମସିହା ଫେବ୍ରୁଆରୀ ୧ ତାରିଖ ରାତ୍ରୀରେ ଶୁଙ୍ଗୀଠାରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ସୋମନାଥ ଶିଶା ,ତୁଲସିଧର ମାଝି ,ସୁବର୍ଣ୍ଣ କୁମାର ରାଜ , ସଂଜୟ କୁମାର ଦାସ ,ଅରୁଣ କୁମାର ନାୟକ ,ପ୍ରଦୀପ୍ତ କୁମାର ରାଉତ , ଗଣେଷ ପ୍ରସାଦ ସାହା ୭ ଜଣ ପୋଲିସ ସହୀଦ ହୋଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.