Home ଜିଲ୍ଲା ପରିକ୍ରମା ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଡକ ସୁରକ୍ଷା ସଂପର୍କରେ କର୍ମଶାଳା

ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଡକ ସୁରକ୍ଷା ସଂପର୍କରେ କର୍ମଶାଳା

93

ମାଲକାନଗିରି,୩ା୧୨  (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ଥିବା ଶିଳ୍ପତାଲିମ କେନ୍ଦ୍ରରେ ଆଜି ଆଚଂଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା ସଂପର୍କରେ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାଆଚଂଳିକ ପରିବହନ ଅଧିକାରୀ ପ୍ରହଲ୍ଲାଦକୁମାର ବେହେରା,ଏମଭିଆଇ ପି.ଏନ.ରାଓ ପ୍ରମୁଖ ଯୋଗଦେଇ ଦୁଇଚକିଆ ଯାନଚାଳକ ହେଲମେଟ ଓ ଚାରି ଚକିଆ ଯାନ ଚାଳକ ସିଟ ବେଲ୍ଟ ବ୍ୟବହାରକରିବା,ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ବନ୍ଦରଖିବା,ମଦ୍ୟପାନ କରି ଗାଡି ନଚାଳାଇବା, ଟ୍ରାଫିକ ନିୟମ ପାଳିବା , ଦୃତବେଗ ରେ ଗାଡି ନ ଚଳାଇବା ,ସଡକ ସୁରକ୍ଷା ଜୀବନରକ୍ଷା ସଂପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିଆଇ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.