Home ଆମ ସଂସ୍କୃତି, କଳା ଓ ଐତିହ୍ୟ ଶିବସେନା ମହିଳା ମୋର୍ଚ୍ଚାର ଆତ୍ମହତ୍ୟା ଧମକ

ଶିବସେନା ମହିଳା ମୋର୍ଚ୍ଚାର ଆତ୍ମହତ୍ୟା ଧମକ

139

ତିରୁବନନ୍ତପୁରମ/ଭୁବନେଶ୍ୱର;୧୪,ଅକ୍ଟୋବର:କେରଳ ସ୍ଥିତ ସବରୀମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତିକୁ ତୀବ୍ର ବିରୋଧ କରିଛି ଶିବସେନା।ଶିବସେନାର ରାଜ୍ୟ ମହିଳା ମୋର୍ଚ୍ଚା(ବିଭାଗ) ଏହାକୁ ବିରୋଧ କରି ସାମୁହିକ ଆତ୍ମହତ୍ୟା ଧମକ ଦେଇଛି।ଦଳ ପକ୍ଷରୁ କୁହାଯାଇଛି ଏନେଇ ମହିଳା କାର୍ଯ୍ୟକର୍ତ୍ତାଙ୍କର ଏକ ୭ ଜଣିଆ ଟିମ/ଆତ୍ମଘାତୀ ବାହିନୀ ଗଠନ କରାଯିବ।ଏ ନେଇ ୧୭ ଏବଂ ୧୮ ଅକ୍ଟୋବରରେ ଶିବସେନା ମହିଳା କାର୍ଯ୍ୟକର୍ତ୍ତାମାନେ ପଂବା ନଦୀ ପାଖରେ ଏକତ୍ରିତ ହେବେ।ଯେତେବେଳେ କୌଣସି ଯୁବା ମହିଳା ମନ୍ଦିର ପ୍ରବେଶ ଉଦ୍ୟମ କରିବ ଏଣେ ଶିବସେନା ମହିଳା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିବେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.