Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ଶତ୍ରୁଘ୍ନ ନାଥଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ, ଦିବ୍ୟତା ହିଁ ଜଣେ ଶିକ୍ଷକଙ୍କୁ ଚିରସ୍ମରଣୀୟ କରିଥାଏ

ଶିକ୍ଷାବିତ୍ ଶତ୍ରୁଘ୍ନ ନାଥଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ, ଦିବ୍ୟତା ହିଁ ଜଣେ ଶିକ୍ଷକଙ୍କୁ ଚିରସ୍ମରଣୀୟ କରିଥାଏ

112

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଶିକ୍ଷକ ତାଙ୍କର ଦିବ୍ୟ ଗୁଣରେ ଛାତ୍ରମାନଙ୍କୁ ଆକର୍ଷିତ କରିଥାଏ। ଏହି ଦିବ୍ୟତା ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣ କରିବା ସହିତ ଆଗାମୀ କାଳର ଶିକ୍ଷା ପରମ୍ପରାକୁ ଉଚ୍ଚମାନର ସୁଗୁଣ ସମ୍ପନ୍ନ ଶିକ୍ଷାବିତ୍ ପ୍ରଦାନ କରିଥାଏ। ବସ୍ତୁତଃ ଏହି ଦିବ୍ୟଗୁଣ ହେତୁ ଶତ୍ରୁଘ୍ନ ନାଥ ଚିର ସ୍ମରଣୀୟ ବୋଲି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ଦ୍ୱାରା ଆୟୋଜିତ ଶିକ୍ଷାବିତ୍ ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ଷୋଡ଼ଶ ଶ୍ରାଦ୍ଧବାର୍ଷିକୀ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ. ବ୍ରଜମୋହନ ମିଶ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ତଥା ଗାଳ୍ପିକ ଡ. ପଦ୍ମକାନ୍ତ ଧଳ ଏବଂ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର ଯୋଗ ଦେଇ ଶତ୍ରୁଘ୍ନ ନାଥଙ୍କ କୃତି ଓ କୃତିତ୍ୱ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟ ଆଲୋଚକମାନଙ୍କ ମଧ୍ୟରେ ଭାଗବତ ତ୍ରିପାଠୀ, ଡ. ବଳରାମ ମିଶ୍ର, ଡ. ରାମଚନ୍ଦ୍ର ପଣ୍ଡା, ଗଗନବିହାରୀ ରାଉତ, ଡ. ରାଧାରାଣୀ ମହାପାତ୍ର, କମଳାକାନ୍ତ ସ୍ୱାଇଁ, ପଦ୍ମନାଭ ବିଶ୍ୱାଳ, ଶାନ୍ତନୁ ରାଉତ, ଡ. ମନୀନ୍ଦ୍ର ମହାନ୍ତି, ଦିବ୍ୟସିଂହ ନାୟକ, ହରେକୃଷ୍ଣ ନାୟକ, ବୈକୁଣ୍ଠ ଚରଣ କାଣ୍ଡି, କୈଳାସ ପଣ୍ଡା, ମୁସ୍ତାକ ଗହ୍ୱର, ରମେଶ ସ୍ୱାଇଁ, ହରମୋହନ ଜେନା, ଲଲାଟେନ୍ଦୁ ମହାନ୍ତି, ଅଧ୍ୟାପକ ଡ. ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାର୍ପିତ ବକ୍ତବ୍ୟ ରଖିଥିଲେ। ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ସୁଧାକର ରାଉତ ସଭା ଆୟୋଜନ କରିଥିବା ବେଳେ କବି ବିଜୟ ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.