Home ଓଡ଼ିଶା ଶବ ବାହକ ଗାଡି ନଆସିବାରୁ ବାରଣ୍ଡାରେ ରାତି ସାରା ରହିଲା ଶବ

ଶବ ବାହକ ଗାଡି ନଆସିବାରୁ ବାରଣ୍ଡାରେ ରାତି ସାରା ରହିଲା ଶବ

79

କୋରପୁଟ;ତା୧୮-୧୧-୧୮ (ଓଡିଆପୁଅ /ରଂଜନ କୁମାର ଦାସ) ପାଖରେ ପଇସା ନାହିଁ କି ହସ୍ପିଟାଲରେ ଶବ ବାହକ ଗାଡି ନାହିଁ,ଫଳରେ ହସ୍ପିଟାଲ ବାରଣ୍ଡାରେ ରାତି ସାରା ପଡି ରହିଲା ଏକ ମୃତଦେହ । ଅନ୍ୟ ପକ୍ଷରେ ରାତି ସାରା ଶୀତ କାକର ଖାି ସ୍ୱାମୀର ଶବ ଜଗି ରହିଲେ ପତ୍ନୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ । ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଦରଗୁଲା ଗ୍ରାମର ସୁଦୁ ଭତ୍ରା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗତ ୧୫ ତାରିଖରୁ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସôିତ ହେଉଥିଲେ । ଶନିବାର ଅପରାହ୍ନ ୪ଟାରେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପାଖରେ ଟଙ୍କାଟିଏ ନଥିବାରୁ ହସ୍ପିଟାଲ ଶବ ବାହକ ଗାଡିରେ ସ୍ୱାମୀର ମୃତଦେହ ଗାଁକୁ ନେବା ପାଇଁ ମୃତ ସୁଦୁର ସ୍ତ୍ରୀ ଚାହୁଁଥିବାବେଳେ ହସ୍ପିଟାଲରେ ଶବ ବାହକ ଗାଡି ନଥିବାରୁ ତାଙ୍କର ଚିନ୍ତା ବଢି ଯାଇଥିଲା । ୪ଟାରୁ ରାତି ୧୦ ଯାଏ ମୃତଦେହ ୱାର୍ଡ ଭିତରେ ହସ୍ପିଟାଲ ଖଟରେ ପଡି ରହିଥିଲା । ୱାଡରେ ଥିବା ଅନ୍ୟ ରୋଗୀମାନେ ହୋ ହାଲ୍ଲା କରିବାରୁ ରାତି ୧୦ ପରେ ମୃତଦେହ ହସ୍ପିଟାଲ ବାରଣ୍ଡାକୁ ନିଆ ଯାଇଥିଲା । ରାତି ସାରା ଶବ ହସ୍ପିଟାଲ ବାରଣ୍ଡାରେ ପଡି ରଙିଥିବାବେଳେ ଶୀତ କାକରରେ ସ୍ତ୍ରୀ ସ୍ୱାମୀର ଶବ ଜଗି ରହିଥିଲେ । ରବିବାର ସକାଳ ୬ଟାରେ ମୃତଦେହ ସରକାରୀ ଶବ ବାହକ ଗାଡିରେ ପଠା ଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.