Home ଅପରାଧ ଲୋନ ବଦଳରେ ସେକ୍ସ ଚାହିଁଲେ ମ୍ୟାନେଜର:ଆଉ ତା’ ପରେ …

ଲୋନ ବଦଳରେ ସେକ୍ସ ଚାହିଁଲେ ମ୍ୟାନେଜର:ଆଉ ତା’ ପରେ …

11183

ଭୁବନେଶ୍ୱର;୧୬,ଅକ୍ଟୋବର:କର୍ଣ୍ଣାଟକର ଦାବନଗେରେ ଜିଲ୍ଲାରେ ଲୋନ ବଦଳରେ ସେକ୍ସ ଚାହିଁ ଜଣେ ବ୍ୟାଙ୍କ ମ୍ୟାନେଜର ମହିଳାଙ୍କ ହାତରୁ ନିଧୂମ ଛେଚା ଖାଇଛନ୍ତି।ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଲୋନ ପାଇଁ ବ୍ୟାଙ୍କକୁ ଯାଇଥିଲେ,କିନ୍ତୁ ମ୍ୟାନେଜର ଲୋନ ଅନୁମୋଦନ କରାଇବା ବଦଳରେ ଶାରୀରିକ ସଂପର୍କ ରଖିବାକୁ କହିଲେ।ମହିଳାଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମ୍ୟାନେଜର ହୀନ ଉଦ୍ଦେଶ୍ୟରେ ତାଙ୍କୁ ଛୁଇଁଥିଲେ।ଯାହା ପରେ ସେ ମ୍ୟାନେଜରଙ୍କୁ ନିର୍ଧୁମ ମାଡ଼ ମାରିଥିଲେ।ବ୍ୟାଙ୍କ ମ୍ୟାନେଜରଙ୍କୁ ମହିଳା ପିଟୁଥିବାର ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି।ଯାହା ପରେ ପୋଲିସ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ,ମହିଳା ଜଣଙ୍କ ଡିଏଚଏଫଏଲ ବ୍ୟାଙ୍କକୁ ଦୁଇ ଲକ୍ଷ ଟଙ୍କା ଲୋନ ପାଇଁ ଆବେଦନ କରିଥିଲେ।ମାତ୍ର ସେଠାକାର ମ୍ୟାନେଜର ତାଙ୍କୁ ହୀନ ଉଦ୍ଦେଶ୍ୟରେ ସ୍ପର୍ଶ କରିବା ସହିତ କହିଥିଲେ ଯେ ଯଦି ଲୋନ ଚାହୁଁଛ ତେବେ ଏହା ପୂର୍ବରୁ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ପଡ଼ିବ।ଏଥିରେ କ୍ରୋଧିତ ହୋଇ ମହିଳା ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ସାର୍ଟ କଲର ଧରି ବ୍ୟାଙ୍କ ଭିତରୁ ବାହାରକୁ ଟାଣି ଆଣିଥିଲେ।ଏହା ପରେ ବାହାରେ ମହିଳା ଜଣକ ଏକ ଲାଠି ଜରିଆରେ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିବା ଆରମ୍ଭ କରିଥିଲେ।ପରେ ଦୁଇ ଜଣ ବ୍ୟକ୍ତି ମ୍ୟାନେଜରଙ୍କୁ ବଞ୍ଚାଇଥିଲେ।ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଘଟଣା ବିଷୟରେ ଅବଗତ ହେବା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଥିଲା।ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଲମ୍ବିତ କରିଦିଆ ଯାଇଥିବା ଜଣାପଡ଼ିଛି।/ଦେବଦତ୍ତ

 

ଦେଖନ୍ତୁ ଭିଡିଓ-

https://youtu.be/AJ4PAN_-avo

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.