Home କେନ୍ଦୁଝର ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

184

ଘଟଗାଁ ୧୧/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କଲେଜ +୨ ଜୁନିଅର କଲେଜ ଅଧ୍ୟକ୍ଷ ନିରାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ନିର୍ବାଚଳ ମଣ୍ଡଳିର ବିଧାୟକ ହୃଷିକେଷ ନାଏକ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ସମ୍ନାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା କମଳିନି ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟପକ ମନୋରଞନ ପଲେଇ ସ୍ୱାଗତ ଭାଷଣ, ଅଧ୍ୟପକ ସତ୍ୟାନନ୍ଦ ପଣ୍ଡା ଅତିଥି ପରିଚୟ ଓ ଛାତ୍ର ସଂସଦ ସମ୍ପାଦକ ଲମ୍ବୋଧର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଦୈତାରୀ ମହାନ୍ତ ସାଧାରଣ ସଭାରେ ମହାବିଦ୍ୟାଳୟର ବାର୍ଷିକ ସମାରୋହ ସମ୍ପର୍କରେ ମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା। ଏଥି ସହିତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବାସିନ୍ଧା ବେଶ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.