Home କୋରାପୁଟ ରୋଲ ପ୍ଲେ ପ୍ରତିଯୋଗିତାରେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଜ୍ୟସ୍ତରକୁ ମନୋନୀତ

ରୋଲ ପ୍ଲେ ପ୍ରତିଯୋଗିତାରେ କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଜ୍ୟସ୍ତରକୁ ମନୋନୀତ

112

କୋରାପୁଟ ; ତା୧୨-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ ) କୋରାପୁଟ ଜିଲ୍ଲାସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି।ଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ରୋଲ ପ୍ଲେ ରେ ମମତା ଖେମୁଣ୍ଡୁ, ଅନୀତା ପାଙ୍ଗୀ, ଜ୍ୟୋସ୍ନା କୁଲଦୀପ, ଏସ.ଖରା ଓ ବବିତା ଖୋସ୍ଲା ଛାତ୍ରୀମାନେ ଅଂଶଗ୍ରହଣ କରି ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ।ବିଚାରକଭାବେ ସମୀର ମହାପାତ୍ର, ଏଲ.ଏମ.ମାରାଣ୍ଡି ଓ ଏସ.ରାୟ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନି କାର୍ଯ୍ୟକ୍ରମ ପରିଚାଳନାରେ କରିଥିବା ବେଳେ ଓମ ପ୍ରକାଶ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.