Home କୋରାପୁଟ ରୋଲ୍ ପ୍ଲେ ପ୍ରତିଯୋଗିତାରେ କୋରାପୁଟ ଜାତୀୟ ସ୍ତରକୁ ମନୋନୀତ

ରୋଲ୍ ପ୍ଲେ ପ୍ରତିଯୋଗିତାରେ କୋରାପୁଟ ଜାତୀୟ ସ୍ତରକୁ ମନୋନୀତ

86

କୋରାପୁଟ;ତା୧୮-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଭବୂନେଶ୍ୱର ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନରେ ଆୟୋଜିତ ରାଜ୍ୟ ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିରେ କୋରାପୁଟ ସରକାରୀ ବାଳିକା ଉଚ ବିଦ୍ୟାଳୟ ଚମ୍ପିଆନ ହୋଇ ଜାତୀୟ ସ୍ତରକୁ ମନୋନୀତ ହୋଇଛି । ଏଥିରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରି ଚାର୍ମ ଏଣ୍ଡ ଚାଲେଂଜେସ୍ ଅଫ୍ ଆଡୋଲେସେନସି ନାମକ ରୋଲ୍ ପ୍ଲେ ପ୍ରଦର୍ଶନ କରିଥିଲେ । ହିନ୍ଦୀ ଭାଷାରେ ଲିଖିତ ରୋଲ୍ ପ୍ଲେ କୋରାପୁଟ ବାଳିକା ଉଚ ବିଦ୍ୟାଳୟର ଶିକ୍ଷୟତ୍ରୀ ମୀନା କୁମାରୀ ସ୍ୱାଇଁ ରଚନା ଓ ନିଦେ୍ର୍ଦଶନା ଦେଇଥିଲେ । ଆସନ୍ତା ମାସ ୪ରୁ ୭ ତାରିଖ ଯାଏ ଦିଲ୍ଲୀରେ ଜାତୀୟ ସ୍ତର ପ୍ରତିଯୋଗିତା ହେବ ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.