Home ଓଡ଼ିଶା ରୋପଣ ଯନ୍ତ୍ରପାତି ନ ଥିବାରୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅସ୍ଥିଶଲ୍ୟ...

ରୋପଣ ଯନ୍ତ୍ରପାତି ନ ଥିବାରୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅସ୍ଥିଶଲ୍ୟ ରୋଗୀମାନେ ଅସୁବିଧାରେ ଓ ଅନେକ ବାହାର ମେଡିକାଲକୁ ଗଲେଣି

126

କୋରାପୁଟ ; ତା୧୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅସ୍ଥିଶଲ୍ୟ ରୋଗୀମାନେ ଏବେ ବଡ ଅସୁବିଧାରେ ପଡିଥିବା ଜଣାପଡିଛି।ଅସ୍ତ୍ରୋପଚାର ନିମନ୍ତେ ରୋପଣ ଯନ୍ତ୍ରପାତି ମିଲୁ ନ ଥିବାରୁ ଗତ ୧ ତାରିଖରୁ ଗୁରୁତର ରୋଗୀମାନଙ୍କ ଅସ୍ତ୍ରୋପଚାର ହେଉ ନ ଥିବା ଅଭିଯୋଗ ହେଉଛି।ଏପରିକି ଅନ୍ତଃବିଭାଗରେ ରୋଗୀ ସଂଖ୍ୟା କମ ରହିଥିବାରୁ ଶଯ୍ୟା ଖାଲି ପଡିଥିବା ନଜର କରାଯାଇଥିଲା।ରୋଗୀକଂ ପାଖରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ଥିଲେ ମଧ୍ୟ ଯନ୍ତ୍ରପାତି ମାଗଣାରେ ମିଲୁ ନ ଥିବାରୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି।ଯାହାର ଅର୍ଥ ଅଛି ସେମାନେ ବାହାର ମେଡିକାଲକୁ ଚାଲି ଯାଇଥିବା ଜଣାପଡିଛି।ପୂର୍ବରୁ ଅସ୍ଥିଶଲ୍ୟ ଡାକ୍ତରମାନେ ରୋଗୀଙ୍କଠାରୁ ଅର୍ଥ ନେଇ ବାହାରୁ ରୋପଣ ଯନ୍ତ୍ର ଆଣୁଥିଲେ ଓ ଯନ୍ତ୍ରପାତି ରୋପଣ କଲା ପରେ ବଳକା ଯନ୍ତ୍ରପାତି ଫେରାଇ ଉକ୍ତ କଂପାନୀଠାରୁ ଅର୍ଥ ଫେରସ୍ତ ପାଉଥିଲେ।କିନ୍ତୁ ଏବେ ତାହା ବନ୍ଦ ହୋଇଯିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଜଣାପଡିଛି।ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନାରେ ଯନ୍ତ୍ରପାତି କେବଳ ହସପିଟାଲ ପରିସରରେ ଥିବା ମେଡିସିନ ଷ୍ଟୋରରୁ କ୍ରୟ କରିପାରିବ ବୋଲି ନିୟମ ରହିଥିବା ବେଳେ ଏଠାରେ ଥିବା ମେଡିସିନ ଷ୍ଟୋର ରୋପଣ ଯନ୍ତ୍ରପାତି ଆଣିବାକୁ ନାରାଜ ଥିବା ଜଣାପଡିଛି। ମାଲିମାରଲା ଗ୍ରାମର ଭଗବାନ ଗୁଣ୍ଠାଙ୍କ ପୁଅ ଲକ୍ଷ୍ଣଣ ଗୁଣ୍ଠା ଦୁର୍ଘଟଣାରେ ଗୋଡ ଭାଙ୍ଗି କୋରାପୁଟ ଡାକ୍ତରଖାନରେ ଭର୍ତି ହୋଇଛି।କିନ୍ତୁ ରୋପଣ ଯନ୍ତ୍ରପାତି ନ ମିଲିବାରୁ ତାକୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିବା ଭଗବାନ ଗୁଣ୍ଠା ପ୍ରକାଶ କରିଥିଲେ।ପାଖରେ ଅର୍ଥ ନାହିଁ ଖଣ୍ଡେ ଜମି ଅଛି ତାକୁ ବିକ୍ରୀ କରି କଟକ ନେବି ବୋଲି ସେ ଦୁଃଖରେ ପ୍ରକାଶ କରିଥିଲା। ଜୟପୁରର ଭୁବନ ନାଗ ଦୁର୍ଘଟଣାରେ କୋରାପୁଟ ଡାକ୍ତରଖାନାରେ ଅନେକ ଦିନ ହେବ ଅଛନ୍ତି କିନ୍ତୁ ତାର ଅସ୍ତ୍ରୋପଚାର କରାଯାଉ ନ ଥିବା ସେ ଅଭିଯୋଗ କରିଥିଲେ। ଏହା ଆମ ନଜରରେ ଆସି ନାହିଁ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି କୋରାପୁଟ ସାସଂଦ ଝିନ୍ନ ହିକକା ପ୍ରକାଶ କରିଥିଲେ।

ଅସ୍ତ୍ରୋପଚାର ବନ୍ଦ ହୋଇ ନ ଥିବା ଭାରପ୍ରାପ୍ତ କଲେଜ ଅଧିକ୍ଷକ ଡାକ୍ତର ସିମାଞଳ ଦାସ ପ୍ରକାଶ କରିଥିଲେ।ଏ ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନକୁ ୩ ଥର ଚିଠି ପ୍ରେରଣ କରାଯାଇଥିଲା କିନ୍ତୁ ସମସ୍୍ୟା ସମଧାନ ହୋଇ ନ ଥିବା ସେ ସୂଚନା ଦେଇଥିଲେ।ଉକ୍ତ ଦୋକାନୀ ସହ କଥାବାର୍ତ୍ତା କରାଯାଇଛି ୭ ଦିନ ମଧ୍ୟରେ ଯନ୍ତ୍ରପାତି ମଗାଇବେ ବୋଲି ସେ ପ୍ରକାଶ କରିଥିଲେ।୭ ଦିନ ମଧ୍ୟରେ ଦୋକାନୀ ଯନ୍ତ୍ରପାତି ଦେବେ ବୋଲି କଲେଜ ଅଧିକ୍ଷକ କହୁଥିବା ବେଳେ ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ଦିନେ ଦୁଇ ଦିନ ମଧ୍ୟରେ ଯନ୍ତ୍ରପାତି ଆସିଯିବ ବୋଲି କହୁଥିବା ବେଳେ କାହା କଥା ଠିକ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡୁଛି।ଉକ୍ତ ଯନ୍ତ୍ରପାତି କ୍ରୟ ନିମନ୍ତେ ୪୦ ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ପଡିବ ତେଣୁ ଏତେ ଅର୍ଥ ଦେଇ ଆଣିବା କଷ୍ଠକର ବୋଲି ଦୋକାନୀ ଦୁର୍ଗା ପଟନାୟକ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.