Home ଜିଲ୍ଲା ପରିକ୍ରମା ରୋଗୀ କଲ୍ୟାଣ ସମିତି ବୈଠକ

ରୋଗୀ କଲ୍ୟାଣ ସମିତି ବୈଠକ

43

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ମେଡିକାଲ ସମ୍ମଳିନୀ କକ୍ଷରେ ଅନୁଷ୍ଠିତ ହୋଇ ବହୁ ଗୁରୁତ୍ୱପୂର୍ଣର୍ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିଧାୟକ ପ୍ରତିନିଧି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଳକ ଚେୟାରମ୍ୟାନ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ଲକ୍ଷ୍ମୀଧର ନାୟକ, ରୋଗୀ କଲ୍ୟାଣ ସମିତି ସମ୍ପାଦକ ଡାକ୍ତର କମଳାକାନ୍ତ ସ୍ୱାଇଁ, ବିପିଏମ ରଶ୍ମିରେଖା ପୃଷ୍ଟି, ଡାକ୍ତର ଆଦିତ୍ୟ ପ୍ରସାଦ ସାହୁ, ସ୍ୱାସ୍ଥ୍ୟପରିଦର୍ଶକ ମନୋରଞ୍ଜନ ରାଉତ, ସିଡିପିଓ ନିର୍ଝରିଣୀ ରାଉତ, ବିଡିଓଙ୍କ ପ୍ରତିନିଧି ପ୍ରମୁଖ ସଦସ୍ୟମାନେ ଯୋଗଦେଇ ଡାକ୍ତରଖାନାରେ ଦଶକୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବହୁମୁଖି ଆଉଟଡୋର, ପୁରାତନ ଗୃହଗୁଡିକର ମରାମତି ଓ ନବୀକରଣ, ମେଡିକାଲ ପରିସରର ସୌନ୍ଦର୍ଯ୍ୟକରଣ ସହ ନୂତନ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ସନ୍ତୋଷଜନକ ରୋଗୀ ସେବା ସହ ଜଗନ୍ନାଥପ୍ରସାଦ, ମଞ୍ଜୁରୀ, ମଞ୍ଜରୀରୋଡ, ରହଣିଆ, ବାରିକପୁର, ବିରୋଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)କୁ ପ୍ରତ୍ୟେକ ପାଞ୍ଚଲକ୍ଷ ଟଙ୍କା ବିଧାୟକ ହାତପାଣ୍ଠି ଅନୁଦାନ ପାଇଁ ନିଷ୍ପତ୍ତି ହୋଇଥିଲା । ବିଶେଷ କରି ମଞ୍ଜୁରୀରୋଡ ଡାକ୍ତରଖାନାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.