Home ଓଡ଼ିଶା ରାସ୍ତା ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

ରାସ୍ତା ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

77

କେନ୍ଦୁଝର ୨୧-୩ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ବୁଧବାର ଭୋର ପ୍ରାୟ ୫ଟା ସମୟରେ ଜାତାୟରାଜପଥ ନଂ ୨୦ ଉପରେ ସିଦ୍ଧମଠ ନିକଟସ୍ଥ ପୋଖରୀପାଣି ଠାରେ ଏକ ସ୍କୁଟର ଧକ୍କାରେ ଆରୋହୀ ଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଭୋର ପ୍ରାୟ ୫ ଟା ବେଳେ ସଦରବ୍ଳକ ଅନ୍ତର୍ଗତ ଅତିବୁଦ୍ଧିପଡା ଗ୍ରାମର ମିଥୁନ ମୁଣ୍ଡା, ଚନ୍ଦନ ମୁଣ୍ଡା ଓ ସୁନିଆ ମୁଣ୍ଡା ଏକ ନୂଆ ଆକ୍ଟିଭା ସ୍କୁଟରରେ ବନ୍ଧୁ ଘରୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ବ୍ରେକଡାଉନ ଟ୍ରକର ପଛରେ ଖୁବ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ଓ ପରବର୍ତି ସମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣା ର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.