Home ଓଡ଼ିଶା ରାଷ୍ଟ୍ର ସେବିକା ସମିତିର ପଥ ସଞ୍ଚଳନ

ରାଷ୍ଟ୍ର ସେବିକା ସମିତିର ପଥ ସଞ୍ଚଳନ

110

ଭୁବନେଶ୍ୱର;୨୬,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):କଟକରେ ସଂଘ ବିଚାର ଧାରାର ମହିଳା ସଙ୍ଗଠନ ରାଷ୍ଟ୍ର ସେବିକା ସମିତି,ଓଡିଶା ତରଫରୁ ଏକ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ମଧୁସୁଦନ ନଗର ପଡିଆରୁ ବାହାରି ଏହା ବିଜୁ ପଟ୍ଟନାୟକ ଛକ,ଦେଉଳ ସାହି,ମଠ ସାହି ଆଦି ପରିକ୍ରମା କରିଥିଲା।
ରାଷ୍ଟ୍ର ସେବିକା ସମିତି ତରଫରୁ ଏକ ୧୫ ଦିନିଆ ବର୍ଗ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତ ୧୨ ତାରିଖ ଦିନ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୭ ତାରିଖ ଦିନ ଶେଷ ହେବ।ସମାରୋପ ଉତ୍ସବରେ ସଂଗଠନର ଅଖିଳ ଭାରତୀୟ ବୌଦ୍ଧିକ ପ୍ରମୁଖ ଡଃ.ଶରଦ ରେଣୁଜୀ ଉଦ୍ବୋଧନ  ଦେବେ ବୋଲି ଜଣାପଡ଼ିଛି।୧୫ ଦିନ ଧରି ଏହି ବର୍ଗରେ ଯୋଗ ଦେଇଥିବା ପ୍ରାୟ ୧୩୦ ଜଣ ମହିଳା ଶିକ୍ଷାର୍ଥୀ ମାନେ ଶାରିରୀକ, ବୌଦ୍ଧିକ,ତଥା ରାଷ୍ଟ୍ରବାଦୀ ବିଚାରର ଶିକ୍ଷା ଗ୍ରହଣ କରୁଛନ୍ତି।

ରାଷ୍ଟ୍ର ସେବିକା ସମିତିର ପ୍ରାନ୍ତ ପ୍ରଚାରିକା ସୁଶ୍ରୀ ଲତିକା ପାଢୀ,ପ୍ରାନ୍ତ କାର୍ଯ୍ୟବାହିକା ଶ୍ରୀମତୀ ଆରତୀ ବୈଶାଖ,ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀମତୀ ବୈଜୟନ୍ତୀ ମହାରଣା, ରାଉରକେଲା ବିଭାଗ କାର୍ଯ୍ୟବାହିକା ଶ୍ରୀମତୀ ସବିତା ତନ୍ତ୍ରୀ,ବ୍ୟବସ୍ଥା ପ୍ରମୁଖ ସୁଶ୍ରୀ ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.