Home ଓଡ଼ିଶା ରାମଦେବଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ

ରାମଦେବଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ

73

ଭୁବନେଶ୍ୱର(ଦେବଦତ୍ତ ରଥ):ଯୋଗଗୁରୁ ବାବା ରାମଦେବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି।ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳି ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ “ଯୁବା ସ୍ୱାବଲମ୍ବନ ସମ୍ମିଳନୀ” ନାମକ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ରାମଦେବ ଆସିଛନ୍ତି।ତେବେ ବାବା ରାମଦେବ ଆସି ପହଁଚିବା ପରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରତାପ ଷଢ଼ଙ୍ଗୀ ତାଙ୍କୁ ଯାଇ ସାକ୍ଷାତ କରିଛନ୍ତି।ସୂଚନାଯୋଗ୍ୟ ଯେ ବାବା ରାମଦେବଙ୍କର ସଂଘ (ଆରଏସଏସ) ସହିତ ଭଲ ସଂପର୍କ ରହିଥିବା ବେଳେ ବିଜେପି ଉପରେ ତାଙ୍କର ଭଲ ପ୍ରଭାବ ରହିଛି।ତେବେ ବାବା ରାମଦେବ ଏବଂ ପ୍ରତାପ ଷଢ଼ଙ୍ଗୀଙ୍କ ଭିତରେ କ’ଣ ବିଶେଷ ଆଲୋଚନା ହୋଇଛି ନାଁ ଏହା କେବଳ ଏକ ସୌଜନ୍ୟ ମୂଳକ ସାକ୍ଷାତ ତାହା ଜଣାପଡ଼ି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.