Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

12

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ମହାବୀର ପଡିଆ ଠାରେ ଆଜି ଗୋପାଳକଅଷ୍ଣ ମହାପାତ୍ର ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଆଜିର ପ୍ରଥମ ଦିନରେ ୪ଟି ଟିମ୍ ଅଂଶଗ୍ରହଣ କରିଥିଲେ । ପ୍ରଥମ ଇନିଂସରେ ଧର୍ମଶାଳା ସ୍ପୋଟର୍ସ ଏକାଡେମୀ ବନାମ ଚାନ୍ଦ କ୍ଲବ୍ କେନ୍ଦ୍ରାପଡା ଟିମ୍ ମଧ୍ୟରେ ହୋଇଥିଲା । ପେନାଲଟିରେ ଚାନ୍ଦ କ୍ଲବ୍ ବିଜୟ ହୋଇଥିଲା । ଦ୍ୱିତୀୟ ଇନିଂସରେ ରୋଭର୍ସ କ୍ଲବ୍ ଭଦ୍ରକ ବନାମ ନେତାଜୀ କ୍ଲବ୍ ରାଜକନିକା ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ନେତାଜୀ କ୍ଲବ୍ ୨-୦ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଅତିଥି ଭାବେ ସମାଜସେବୀ ମହମ୍ମଦ ଫାରୁକ୍‌, ବୁଦ୍ଧିଜୀବୀ ସିଦ୍ଧେଶ୍ୱର ସାହୁ, ମୁସଲିମ୍ ଜମାତର ଅବଦୁଲ ମୁକିତ୍ ଓ ଅନୱର ଅଲ୍ଲୀ ଖାଁଙ୍କ ସମେତ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ଲେଖକ ସାଇପ୍ରସାଦ ମହାପାତ୍ର ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଆଉ ୪ଟି ଟିମ୍‌ର କ୍ରୀଡା ଅନୁଷ୍ଠିତ ହୋଇ ୨୮ ତାରିଖରେ ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.