Home ଜିଲ୍ଲା ପରିକ୍ରମା ରବିବାର ଛୁଟି ଦିନ ଥିବାରୁ ମା ସରସ୍ୱତୀଙ୍କ ପୁଜା ଭୁଲିଗଲେ ସୀମାନ୍ତ ଛତିଶଗଡରାଜ୍ୟ ବୁଡଦୀ ପଚାଂୟତ...

ରବିବାର ଛୁଟି ଦିନ ଥିବାରୁ ମା ସରସ୍ୱତୀଙ୍କ ପୁଜା ଭୁଲିଗଲେ ସୀମାନ୍ତ ଛତିଶଗଡରାଜ୍ୟ ବୁଡଦୀ ପଚାଂୟତ ବିଦ୍ୟାଳୟର ଶିକ୍ଷକମାନେ

982

ମାଲକାନଗିରି,୧୦ା୨ (ଓଡିଆ ପୁଅ ) ଆଜି ସମଗ୍ରଦେଶରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୁଜା ବିଭିନ୍ନ ଶିକ୍ଷାଅନୁଷ୍ଟାନ ମାନଙ୍କରେ ପାଳିତ ହେଉଥିବା ବେଳେ ଏଥିରୁ ବାଦପଡିଛି ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମାଜିଲ୍ଲା ବୁଡଦି ପଚାଂୟତର ବିଦ୍ୟାଳୟଗୁଡିକ । ଆଜି ରବିବାର ଛୁଟିଦିନ ହୋଇଥିବାରୁ ବୁଡଦୀ ପଚାଂୟତରେ ଥିବା ପୋଟାକେବିନ ବାଳକ ଆବିସିକ ବିଦ୍ୟାଳୟ,ବୁଡଦୀ ହାଇସ୍କୁଲ,ମାତାରୁକ୍ମଣି ବାଳକ ବିଦ୍ୟାଳୟ ରେ ତାଲାପଡିଥିବାର ଦେଖିବାକୁ ମିଳିଥିଲା । ଏହି ସବୁବିଦ୍ୟାଳୟର ଶିକ୍ଷକମାନେ ନିଜ ନିଜ ଘରକୁ ପଳାଇଥିଲେ । କିଛି ବିଦ୍ୟାଳୟ ଛାତ୍ରବାସରେ କିଛି ଶିକ୍ଷକ ଓ ଛାତ୍ରମାନେ ଥିବାର ଦେଖିବାକୁ ମିଳିଥିଲା ।

ଛତିଶଗଡ ବୁଡଦୀ ପଚାଂୟତ ନିକଟରୁ ମାତ୍ର ୪୦୦ମିଟର ଦୂର ଓଡିଶାର ମାଲକାନଗିରି ଜିଲ୍ଲା ତଣ୍ଡିକିପଚାଂୟତର ସାନବୁରଦି ଗ୍ରାମରେ ଥିବା ଉନ୍ନୀତ ଉଚବିଦ୍ୟାଳୟରେ ମା ସରସ୍ୱତୀଙ୍କ ପୁଜା ବଡ ଧୁମଧାମରେ ପାଳନ ହେଉଥିବାରୁ ଦେଖି ଛତିଶଗଡ ବୁଡଦୀ ବିଦ୍ୟାଳୟର କିଛି ଛାତ୍ର ମାଲକାନଗିରି ବୁରୁଦି ବିଦ୍ୟାଳୟକୁ ଆସି ମା ସରସ୍ୱତୀ ଙ୍କ ନିକଟରେ ପୁଜା କରିଥିବାର ଦେଖିବାକୁ ମିଳିଛି । ଏ ସଂପର୍କରେ ଆମେ ଛତିଶଗଡ ବୁଡଦୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପଚାରିବାରୁ  ସେ କହିଥିଲେ ଆଜି ରବିବାର ସାପ୍ତାହିକ ଛୁଟିଦିନ ଥିବାରୁ ପ୍ରଧାନଶିକ୍ଷକ ଜଗଦଲପୁର ପଳାଇଛନ୍ତି । ତେଣୁ ସରସ୍ୱତୀଙ୍କ ପୁଜା ହୋଇନାହିଁ, ସୁବିଧା ଦେଖିକି ସରସ୍ୱତୀପୂଜା କରାଯିବ, ଆମର ଗଣେଷପୂଜା, ଜନ୍ମାଷ୍ଟମି ପୂଜାପ୍ରତି ଅଧିକ ଗୁରୁତ୍ୱ ଦିଆ ଯାଇଥାଏ, ସରସ୍ୱତୀ ପୁଜାହୁଏ ହେଲେ ଆଜି ଛୁଟିଦିନଥିବାରୁ ତାହା ହୋଇନାହିଁ ବୋଲି ସେ ଉତ୍ତର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.