Home ଜିଲ୍ଲା ପରିକ୍ରମା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଯୁବକଙ୍କ ପରିଚୟ ମିଳିପାରିନି

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଯୁବକଙ୍କ ପରିଚୟ ମିଳିପାରିନି

168

ବଲାଙ୍ଗୀର, ୨୨-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ଗୋଳାବାରୁଦ କାରଖାନା ସ୍ଥିତ ଏରୋ ଡ୍ରମ ଫିଲ୍ଡ ପାଖରେ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ଶରୀର ଦେଖିବାକୁ ମିଳିଛି। କିଛି ଲୋକ କାଠ ସଂଗ୍ରହ କରିବାକୁ ଯିବା ବେଳେ ସକାଳ ପ୍ରାୟ ୮ ଟା ସମୟରେ ଦେଖିବାକୁ ପାଇଥିଲେ। ପରବର୍ତ୍ତି ସମୟରେ ତାହା ଅଞ୍ଚଳରେ ପ୍ରଚାର ହୋଇ ଯାଇଥିଲା। ଦୁଃଖର ବିଷୟ ଏହିକି ଯେ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ଝୁଲନ୍ତା ଶବକୁ ଗଛ ରୁ ପୋଲିସ ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରଶାସନ ନ କାଢ଼ିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳରେ ଆଲୋଚନା ଚାଲିଛି। ତେବେ ଉକ୍ତ ଯୁବକ କିଏ ତାଙ୍କର କୌଣସି ସଠିକ ସୂଚନା ମିଳି ପାରି ନାହିଁ। ଏ ନେଇ ବଡମାଲ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.