Home ଅପରାଧ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

279

ଗଞ୍ଜାମ,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ନିର୍ମମ ଭାବରେ ଯୁବକଙ୍କୁ ହତ୍ୟା । ଏହି ଘଟଣା ଗଂଜାମ ଧରାକୋଟ ଥାନା ବାଦଗଡଗାଁରେ ଘଟିଛି । ବାବୁ ପ୍ରଧାନ ନାମକ ଜଣେ ଯୁବକକୁ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ମାରିଥିବା ସୂଚନା ମିଳିଛି ।  ସୂଚନା ଅନୁସାରେ,  ମୃତକ ବାବୁ ନାମରେ କୁଲାଗଡ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ସୁବାଷ ସାହୁ ହତ୍ୟା ମାମଲା ରହିଛି । ଗତ କିଛିଦିନ ତଳେ ସେ ଜାମିନ୍‌ରେ ଆସିଥିଲା ବୋଲି ସୂଚନା ରହିଛି । ବାବୁକୁ ଚାରିରୁ ଅଧିକ ଯୁବକ ଖଣ୍ଡାରେ ହାଣି ଫେରାର ହୋଇଯାଇଥିବା କୁହାଯାଉଛି । ଆକ୍ରମଣର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଶେରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.