Home ଜିଲ୍ଲା ପରିକ୍ରମା ଯୁକ୍ତ ଦୁଇ ଖୋଲିବା ଦାବିରେ ଧାରଣା

ଯୁକ୍ତ ଦୁଇ ଖୋଲିବା ଦାବିରେ ଧାରଣା

477

ନୟାଗଡ଼, ୩୧-୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ତା’ର ନିଜସ୍ୱ ଗୃହକୁ ସ୍ଥାନାନ୍ତର ହେବା ଓ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କେନ୍ଦ୍ରିୟ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତି କରୁଥିବାବେଳେ ଏଥିପ୍ରତି କାହାର ଦୃଷ୍ଟି ନଥିବାରୁ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଏଠାରେ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ କୌଣସି ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ଜଟଣୀ କିମ୍ବା ଭୁବନେଶ୍ୱର ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ପଢିବା ପାଇଁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳର ନିଜସ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲେ ମଧ୍ୟ ପ୍ରଶାସନ କିମ୍ବା କତ୍ତ୍ୱର୍ପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ଯଥାଶୀଘ ଦାବି ପୂରଣ କରାନଗଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.