Home ଓଡ଼ିଶା ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଆହତ

ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୦ ଆହତ

62

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଦିନ ପ୍ରାୟ ୧୦.୫୫ମି. ସମୟରେ ବାଲେଶ୍ୱର ଯାଉଥିବା ପୂର୍ଣ୍ଣ ଯାତ୍ରୀ ବୋଝେଇ ଓଡି ୧୧ ଡି ୧୯୧୫ ନିନି ବସ ସମ୍ମୁଖରେ ଦୁଇଟି ପିଚୁ ପରିବହନକାରୀ ଟ୍ରକ ମଝିରେ ସମାନ୍ତରାଳ ଭାବେ ଦ୍ରୁତ ବେଗରେ ଯାଉଥିଲା। ଭାରସାମ୍ୟ ହରାଇ ବସ ପ୍ରଥମେ ବାମପାର୍ଶ୍ୱ ଟ୍ରକ ସହ ପିଟି ହୋଇ ଡାହାଣ ପାର୍ଶ୍ୱ ଟ୍ରକ ସହ ପିଟି ହୋଇଥିଲା। ଫଳରେ ବସର ପ୍ରବେଶ ଦ୍ୱାର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବସ ର ଚାଳକ, କଣ୍ଡକ୍ଟର ଓ ହେଲପର ସୁରକ୍ଷିତ ଥିବା ବେଳେ ଏହି ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଦମକଳକେନ୍ଦ୍ର କର୍ମଚାରୀମାନେ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ବାଲେଶ୍ୱର ସଦର ଥାନା ଅଞ୍ଚଳର କିରଣ କୁମାର ଜେନା, ବାବାଜି ଜେନା, ମନୀଷା ଜେନା, ଅକ୍ଷୟ କୁମାର ଜେନା, ଭଦ୍ରକ ସହରର ପିତବାସ ସାହୁ, ସଂଯୁକ୍ତା ସାହୁ, ସଶ୍ମିତା ସାହୁ, କେନ୍ଦ୍ରପଡା ଅଞ୍ଚଳର ଦେବକୁମାର ମଣ୍ଡଳ, ଗଙ୍ଗା ମଣ୍ଡଳ ଓ ସଶ୍ମିତା ମଣ୍ଡଳ ପ୍ରମୁଖ ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ଅଗ୍ନିଶମ ଯାନରେ ପଠାଯାଇଥିଲା। ଆହତମାନେ ବିପଦମୁକ୍ତ ଥିବା ଜଣାଯାଇଛି। ଦୁଇଟି ଯାକ ପିଚୁ ବୋଝେଇ ଟ୍ରକ ଗୋଟିଏ ପରିବହନ ସଂସ୍ଥାର ଥିଲା ବୋଲି ଜଣାପଡିଛି। ବାମପାଶ୍ୱର୍ର ଟ୍ରକ ଖସିପଳାଇଯାଇଥିବା ବେଳେ ଡାହାଣ ପାଶ୍ୱର୍ର ପିଚୁ ବୋଝେଇକାରୀ ଆର ଜେ ୧୪ ଜି ଜେ ୧୫୫୪ନଂ ଟ୍ରକ ଓ ବସକୁ ପୁଲିସ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.