Home ଓଡ଼ିଶା ମୌସୁମୀ ଆସିଛି ସତ,,କିନ୍ତୁ ସାଙ୍ଗରେ ବର୍ଷାକୁ ଆଣିନି…

ମୌସୁମୀ ଆସିଛି ସତ,,କିନ୍ତୁ ସାଙ୍ଗରେ ବର୍ଷାକୁ ଆଣିନି…

133

ଓଡ଼ିଶାରେ ମୌସୁମୀ ବର୍ଷା ହେବାରେ ବିଳମ୍ବ ଘଟିଛି।୯/୧୦ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହେଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ମୌସୁମୀ ବର୍ଷା ହେବାରେ କିନ୍ତୁ ବିଳମ୍ବ ଘଟିଛି।

ତେବେ ଏ ମୌସୁମୀ ବର୍ଷା ବିଳମ୍ବ ହେବାକୁ ନେଇ ବିଭିର୍ଣ୍ଣ ମହଲରେ ପ୍ରତିକ୍ରିୟା ନେଇ ଏକ ବ୍ୟଙ୍ଗାତ୍ମକ ମତ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଦେଖନ୍ତୁ,ମୌସୁମୀ ଏବଂ ବର୍ଷାକୁ ନେଇ କାହାର ରହିଛି କ’ଣ ପ୍ରତିକ୍ରିୟା ?                  – ଦେବଦତ୍ତ ରଥ

ମୌସୁମୀ ଏବଂ ବର୍ଷାକୁ ନେଇ କାହାର ରହିଛି କ’ଣ ପ୍ରତିକ୍ରିୟା:-

“ମୌସୁମୀ ଆସିଛି ସତ,କିନ୍ତୁ ବର୍ଷାକୁ ଛାଡ଼ିଦେଇ ନିଜେ ଏକୁଟିଆ ଆସିଛି” -ପ୍ରବନ୍ଧ ଲେଖକ

“ବର୍ଷାରେ ଭିଜି ପ୍ରେମ କରିବାରେ ବିଳମ୍ବ ଘଟୁଛି ” – ଯୁବ ଗୋଷ୍ଠୀ

“ବର୍ଷା ଦିନ ପାଇଁ ମଧ୍ୟ ଅତିରିକ୍ତ ଛୁଟିର ବ୍ୟବସ୍ଥା ହେଉ “- ଛାତ୍ରଛାତ୍ରୀ

“ଓଡ଼ିଶାକୁ ମୌସୁମୀ ଏତେ ବିଳମ୍ବରେ ଆସିବା ଏକ ରାଜନୈତିକ ଚକ୍ରାନ୍ତ “- ରାଜନୈତିକ ମହାମେଣ୍ଟ

“ପ୍ରଶାସନର ନିରନ୍ତର ଚେଷ୍ଟା ଫଳରେ ବିଳମ୍ବରେ ହେଲେ ମଧ୍ୟ ମୌସୁମୀ ଆସିବ”- ମୁଖ୍ୟ ଶାସନ ସଚିବ

“ଓଡ଼ିଶାରେ ଆଜି ମୌସୁମୀ ଅସୁରକ୍ଷିତ।ସୁରକ୍ଷା ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ମୌସୁମୀ ସୁରକ୍ଷା ଯାତ୍ରା କରିବ” – ପ୍ରଭାତୀ ପରିଡ଼ା(ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ)

“ଯେତେଦିନ ମୌସୁମୀ ଓଡ଼ିଶାରେ ରହିବ,ତାକୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ ”
-ପୋଲିସ ମହାନିର୍ଦେଶକ,ଓଡ଼ିଶା

“କେନ୍ଦ୍ର ଅବହେଳା ସତ୍ତ୍ୱେ,ମୌସୁମୀକୁ ଆଣିବାକୁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରୁଛନ୍ତି” -ବିଜୁ ଜନତା ଦଳ

“ମୌସୁମୀକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ” -ସୌମ୍ୟ ରଞ୍ଜନ ପଟ୍ଟନାୟକ (ରାଜ୍ୟସଭା ଏମପି)

“ମୌସୁମୀ ଆସିବାରେ ଆଉ ଅଧିକ ବିଳମ୍ବ ହେଲେ ମୁଁ ମୋ ଦେହରେ ବୋମା ଲଗାଇ ଉଡ଼ାଇ ଦେବି” -ପ୍ରଦୀପ ମହାରଥୀ (କୃଷି ମନ୍ତ୍ରୀ, ଓଡ଼ିଶା)

ମୌସୁମୀ ଆସିବ।ନଆସିଲେ ବାଡ଼େଇକି ଆଣିବି – ପ୍ରଶାନ୍ତ ଜଗଦ୍ଦେବ(ବେଗୁନିଆ ବିଧାୟକ)

“ମୌସୁମୀ କଥାରେ ଭୁଲ ତଥ୍ୟ ଦିଆ ଯାଉଛି,ସେ ତା ସମୟ ଦେଖି ଆସିବ।ମୁଁ ମୌସୁମୀ ଓ ବର୍ଷା ଉଭୟଙ୍କୁ ଭଲ ପାଏ – ଦାମୋଦର ରାଉତ(ପୂର୍ବତନ ମନ୍ତ୍ରୀ)

“ମୌସୁମୀ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ” – ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି,ଓଡ଼ିଶା କଂଗ୍ରେସ

“ମୌସୁମୀକୁ ଏବଂ ବର୍ଷାକୁ ଆଣିବାକୁ ହେଲେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ଆବଶ୍ୟକ।ଯାହାର ଘୋର ଅଭାବ ରହିଛି କଂଗ୍ରେସ ସମୟରେ ଏପରି ନଥିଲା”- ନିରଞ୍ଜନ ମିଶ୍ର (ବିରୋଧୀ ଦଳ ନେତା)

“ମୌସୁମୀ ବିଳମ୍ବ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ।ଏମାନେ ପାରୁ ନାହାଁନ୍ତି,ଏଠି କେବଳ କଂଗ୍ରେସ ପାରିବ।କିନ୍ତୁ ପ୍ରସାଦ ହରିଚନ୍ଦନଙ୍କୁ ପୁଣି ସଭାପତି କରିବାକୁ ପଡ଼ିବ,ବଜା ତାଳି” – ସୁର ରାଉତରାୟ (ବରିଷ୍ଠ କଂଗ୍ରେସ ନେତା)

“ମୋଦୀ ଆଣି ପାରିବେନି।ମୁଁ ପ୍ରଧାନମନ୍ତ୍ରୀ ହେଲେ ଏବଂ ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ସବୁ ବର୍ଷ ଠିକ୍ ସମୟରେ ମୌସୁମୀ ଆସିବ “- ରାହୁଳ ଗାନ୍ଧୀ

“ମୌସୁମୀକୁ ଶୀଘ୍ର ଆଣିବାକୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ଅଛନ୍ତି।ଆଶା ଖୁବ୍ ଶୀଘ୍ର ମୌସୁମୀ ଚାଲି ଆସିବ” – ବସନ୍ତ ପଣ୍ଡା (ବିଜେପି ରାଜ୍ୟ ସଭାପତି)

“ମୌସୁମୀ ପ୍ରସଙ୍ଗ ଆମେ ବିଧାନସଭାରେ ଉଠାଇବୁ” – କନକ ବର୍ଦ୍ଧନ ସିଂଦେଓ (ବିଜେପି ବିଧାୟକ ଦଳ ନେତା)

“ମୌସୁମୀ କାହାର ପୈତୃକ ସମ୍ପତ୍ତି ନୁହେଁ।ମୌସୁମୀ ଆସିବ,ମୌସୁମୀକୁ ଆଣିବାକୁ ହେଲେ ଗିରୀ ଗୋବର୍ଦ୍ଧନ ପୂଜା କରିବାକୁ ପଡ଼ିବ” – ପ୍ରତାପ ଷଢ଼ଙ୍ଗୀ (ବରିଷ୍ଠ ବିଜେପି ନେତା)

“ରାଜ୍ୟ ସରକାର ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରି ନଥିବାରୁ ମୌସୁମୀ ଆଜି ଓଡ଼ିଶା ନଆସି ପଡ଼ୋଶୀ ରାଜ୍ୟରେ ବର୍ଷୁଛି” – ଡଃ: ଲେଖାଶ୍ରୀ ସାମନ୍ତସିଂହାର (ବିଜେପି,ରାଜ୍ୟ ସମ୍ପାଦିକା)

“କେନ୍ଦ୍ର,ରାଜ୍ୟ ଉଭୟ ଦାୟୀ।ମୌସୁମୀ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ଟ୍ରିବ୍ୟୁନାଲ ଗଠନ କରନ୍ତୁ” – ବିଜୟ ମହାପାତ୍ର (ବିଜେପି ନେତା)

“ମେଣ୍ଟ ୯ ବର୍ଷର ଶାସନ ସମୟରେ ଓଡ଼ିଶାକୁ ମୌସୁମୀ ଆସିବାରେ କିଛି ଅସୁବିଧା ରହୁ ନଥିଲା” – ବିଶ୍ୱ ଭୂଷଣ ହରିଚନ୍ଦନ (ବରିଷ୍ଠ ବିଜେପି ନେତା)

“ମହାନଦୀ ସମେତ ଓଡ଼ିଶାର ସବୁ ନଦୀରେ ମୌସୁମୀ ବର୍ଷାର ପାଣି ପୁରେଇବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିବ ” – ଜୁଏଲ୍ ଓରାମ (କେନ୍ଦ୍ରମନ୍ତ୍ରୀ)

“କେବଳ ମୋ ଉପରେ ରାଗ ଯୋଗୁଁ ନବୀନ ପଟ୍ଟନାୟକ ଓଡ଼ିଶାରେ ମୌସୁମୀକୁ ପ୍ରବେଶ କରେଇ ଦେଉ ନାହାଁନ୍ତି।ମୌସୁମୀ ପାଇଁ ମୁଁ ନବୀନଙ୍କୁ ବ୍ୟକ୍ତଗତ ଭେଟିବାକୁ ଚିଠି ଲେଖିବି” – ଧର୍ମେନ୍ଦ୍ର ପ୍ରଧାନ(କେନ୍ଦ୍ରମନ୍ତ୍ରୀ)

“ଓଡ଼ିଶାରେ ମୌସୁମୀକୁ ଦେଖିବାକୁ ହେଲେ ଏ ପୋଡ଼ା ଟ୍ରାନ୍ସଫର୍ମରକୁ ଉପାଡ଼ି ଫିଙ୍ଗି ଦେବାକୁ ପଡ଼ିବ” – ଅମିତ ଶାହା (ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ)

“ଆଚ୍ଛା ଆସିବ,କେନ୍ଦ୍ର ସରକାର ଏବେ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକକୁ ଅଧିକ ଗୁତୁତ୍ୱ ଦେଉଛନ୍ତି।ଏଣିକି ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାର ରିହାତିରେ ମୌସୁମୀ ଯୋଗାଇ ଦେବେ” – ନରେନ୍ଦ୍ର ମୋଦୀ(ପ୍ରଧାନମନ୍ତ୍ରୀ)

“ମୋଦୀ ସାଂପ୍ରଦାୟିକ ଆଧାରରେ ମୌସୁମୀ ପ୍ରବେଶ କରାଉଛନ୍ତି।ସଂଖ୍ୟାଲଘୁ ଏବଂ ଦଳିତ ବହୁଳ ଅଞ୍ଚଳରେ ଅଧିକ ବର୍ଷା ପାଇଁ ହରତାଳ କରାଯିବ” – ବାମପନ୍ଥୀ ମେଣ୍ଟ

“ମୌସୁମୀ ନଆସିବା ଯାଏଁ ଓଡ଼ିଶା ଆପ କାର୍ଯ୍ୟକର୍ତ୍ତା ମାନେ ଗାଧୋଇବା ବନ୍ଦ କରିବେ।ଦାବି ଶୁଣା ନଗଲେ ମିନେରଲ ୱାଟରରେ ଗାଧୋଇ ପ୍ରତିବାଦ କରିବେ” – କେଜରିୱାଲ (ଦିଲ୍ଲୀ ମୁଖ୍ୟମନ୍ତ୍ରୀ)

“ଓଡ଼ିଶାକୁ ମୌସୁମୀ ନଆସିବା ଯାଏଁ ମୁଁ ଆମରଣ ଅନଶନ କରିବି”- ଆନ୍ନା ହଜାରେ (ସମାଜସେବୀ)

“ମୌସୁମୀ ନଆସିଲେ ମଧ୍ୟ ସ୍ୱଦେଶୀ ମୌସୁମୀ ପ୍ରସ୍ତୁତ କରାଯିବ” – ବାବା ରାମଦେବ

“ଏଠି ପାଇଁ କେଣ୍ଡ୍ରୋ ଡାଇ” – ନବୀନ ପଟ୍ଟନାୟକ (ମୁଖ୍ୟମନ୍ତ୍ରୀ,ଓଡ଼ିଶା)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.