Home କୋରାପୁଟ ମୋ ଭୋଟ -ମୋ ଅଧିକାର ସଚେତନତା ରଥର ଶୁଭାରମ୍ଭ

ମୋ ଭୋଟ -ମୋ ଅଧିକାର ସଚେତନତା ରଥର ଶୁଭାରମ୍ଭ

575

କୋରାପୁଟ; ତା୦୪-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ବ୍ଲକ ଅଫିସରେ ମୋ ଭୋଟ-ମୋ ଅଧିକାର ସଚେତନତା ରଥର ଶୁଭାରମ୍ଭ କରାଯାଇଛି । କୋରାପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । କୋରାପୁଟ ସହର ସମେତ ଡୁମୁରିପୁଟ,ସୁନାବେଡା,ସେମିଲିଗୁଡା,ଦାମନଯୋଡି, ଲକ୍ଷ୍ମୀପୁର,ନାରାୟଣପାଟଣା ଓ ବନ୍ଧୁଗାଁ ଅଂଚଳରେ ସଚେତନତା ରଥ ରବିବାର ଓ ସୋମବାର ପରିଭ୍ରମଣ କରି ଜନ ସାଧାରଣଙ୍କୁ ମତଦାନ ସମ୍ପର୍କରେ ସଚତେନ କରାଇବ ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର,ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ,କୋରାପୁଟ ପୌର ପରିଷଦ ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ,ସୀମାଂଚଳ ପଢିଆରୀ , ପି.କେ.ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.