Home ଜାତୀୟ ମୋଦୀ ସରକାରଙ୍କର ସଦନରେ ପ୍ରଥମ ଟେଷ୍ଟ:୨୦୧୯ ପୂର୍ବରୁ କଂଗ୍ରେସ ଏବଂ ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ?

ମୋଦୀ ସରକାରଙ୍କର ସଦନରେ ପ୍ରଥମ ଟେଷ୍ଟ:୨୦୧୯ ପୂର୍ବରୁ କଂଗ୍ରେସ ଏବଂ ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ?

114

ଭୁବନେଶ୍ୱର(ଦେବଦତ୍ତ ରଥ): ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦେବେ ନିଜର ପ୍ରଥମ ପରୀକ୍ଷା।ଗତ ଚାରି ବର୍ଷରେ ଶାସକ ଦଳ ମୋଦୀ ସରକାରଙ୍କ ବିରୁଦ୍ଧରେ ରଖାଯାଇଥିବା ବିରୋଧି ଦଳର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଏବଂ ଭୋଟିଂ ହେବ।ଲୋକସଭାରେ ସଂଖ୍ୟାବଳ ଅନୁଯାୟୀ ମୋଦୀ ସରକାର ବହୁମତ ପାର କରିଛି,କିନ୍ତୁ ରାଜନୀତି କେବେ କ’ଣ କଡ଼ ଲେଉଟେଇବ,କୁହାଯାଇ ନପାରେ।

ଏହି ଅବିଶ୍ୱାସ ପ୍ରସ୍ତାବରେ ଯାହାର ଯାହା ରାଜନୈତିକ ଚାଲବାଜି ଲୁଚି ରହିଛି।ପୂର୍ବ ସତ୍ରରେ ନୋଟିସକୁ ଗ୍ରହଣ କରାଯାଇନଥିଲା।ତଥାପି ଏବେ ବିରୋଧି ଦଳକୁ ଏକ ସୁଯୋଗ ମିଳିଲା।ସଂଖ୍ୟା ଖେଳରେ ଅନେକ ପଛରେ ଏବଂ ହାର ନିଶ୍ଚିତ ଜାଣି ମଧ୍ୟ ବିରୋଧି ଦଳ ମୋଦୀଙ୍କର ପରୀକ୍ଷା ନେବାକୁ କ’ଣ ପାଇଁ ଏତେ ବ୍ୟାକୁଳ? ତା’ ପଛରେ ସରକାର ଏବଂ ବିରୋଧି ଦଳଙ୍କର ନିଜ ନିଜର ରଣନୀତି ରହିଛି।ଏହି ଖେଳରେ କିଏ ଚୌକା ମାରିବ ଏବଂ କିଏ ବୋଲ୍ଡ ହେବ କାଲି ଲୋକସଭାରେ ଜଣା ପଡ଼ିଯିବ।ଆସନ୍ତୁ,ଏହା ପୂର୍ବରୁ ନଜର ପକାଇବା ଅନାସ୍ଥା ପ୍ରସ୍ତାବର ଗଣିତ,ସମୀକରଣ ଏବଂ ରାଜନୈତିକ ଗୋଟି ଚାଳନା ଉପରେ..

ଏମିତିରେ ଏନଡିଏର ସହଯୋଗୀ ଦଳଗୁଡ଼ିକ ବ୍ୟତୀତ ସେହି ବିରୋଧି ଦଳଗୁଡ଼ିକର ଭୂମିକା ମହତ୍ଵପୂର୍ଣ୍ଣ ହେବ ଯେଉଁ ମାନଙ୍କର ଆଭିମୁଖ୍ୟ ଏବେ ସ୍ପଷ୍ଟ ହୋଇନି।ଏଣେ ଜଣେ ବିଜେପି ନେତାଙ୍କ କହିବା ଅନୁଯାୟୀ ଦଳ ଅନାସ୍ଥା ପ୍ରସ୍ତାବ ସ୍ଵୀକାର ନ କରିକି,୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧି ଦଳକୁ ସରକାର ବିରୋଧରେ କୌଣସି ବାତାବରଣ ପ୍ରସ୍ତୁତ କରିବାକୁ ସୁଯୋଗ ଦେବାକୁ ଚାହୁଁନି।ସରକାର ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଲେ,ଯେପରି ମୌସୁମୀ ଅଧିବେଶନ ପରେ କାହାକୁ ଏପରି କହିବାକୁ ସୁଯୋଗ ନମିଳୁ,ଯେ ବହୁମତ ଥିବା ସତ୍ତ୍ୱେ ବିଜେପି ଡରିଗଲା।ଏହି କାରଣରୁ ହିଁ ସରକାରଙ୍କ ତରଫରୁ ସ୍ପଷ୍ଟ କୁହାଗଲା ଯେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ଆମେ ପ୍ରସ୍ତୁତ।ଅନାସ୍ଥା ପ୍ରସ୍ତାବ ସ୍ଵୀକାର ନ କରି ଦଳ ଏମିତି ସନ୍ଦେଶ ଦେବାକୁ ଚାହୁଁନି ଯେ ଫ୍ଲୋର ଟେଷ୍ଟରୁ ଦଳ ବଞ୍ଚିବାକୁ ଚାହୁଁଛି।ଦଳ ନିଜର ସମସ୍ତ ସାଂସଦଙ୍କୁ ଗୁରୁବାର ଏବଂ ଶୁକ୍ରବାର ସଦନରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି।

ଟିଏମସି ପ୍ରସ୍ତୁତ:ହ୍ୱିପ ଜାରୀ
ଚଳିତ ସପ୍ତାହ ଶେଷ ବେଳକୁ କୋଲକାତାରେ ତୃଣମୂଳ କଂଗ୍ରେସର ଏକ ବଡ଼ ରାଲି ହେବାର ଅଛି।ଯେଉଁଥିରେ ମମତା ବାନର୍ଜୀଙ୍କ ସମେତ ୩୪ ସାଂସଦ ଉପସ୍ଥିତ ରହି ପାରନ୍ତି।କିନ୍ତୁ ଅନାସ୍ଥା ପ୍ରସ୍ତାବ କାରଣରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୁରନ୍ତ ହ୍ୱିପ ଜାରୀ କରି ସମସ୍ତ ସାଂସଦଙ୍କୁ ଶୁକ୍ରବାର ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛନ୍ତି।ତେଣେ ଏନସିପିର ମଧ୍ୟ ଶନିବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଅଛି।କିନ୍ତୁ ଏହା ପୂର୍ବରୁ ଏନସିପି ସାଂସଦମାନେ ଶୁକ୍ରବାର ସଦନରେ ଉପସ୍ଥିତ ରହିବେ।

ବିଜେପିର କିଛି ସାଂସଦ ଅସନ୍ତୁଷ୍ଟ
ବିଜେପିର ମ୍ୟାନେଜର ମାନଙ୍କ କହିବା ଅନୁଯାୟୀ ମୋଦୀ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଅତି ସହଜରେ ଟାଳି ହେଇଯିବ।କାରଣ ସଦନରେ ଏନଡିଏ ନିକଟରେ ୩୧୫ ସାଂସଦ(ବାଚସ୍ପତିଙ୍କ ସମେତ) ଅଛନ୍ତି।୫୩୫ ସଦସ୍ୟରେ ବହୁମତ ସଂଖ୍ୟା ୨୬୮ ଅଟେ। ବିଜେପି ନିକଟରେ ଥିବା ଦୁଇଟି ନାମିତ ସଦସ୍ୟଙ୍କୁ ସାମିଲ କରି ସଦନରେ ସଦସ୍ୟ ସଂଖ୍ୟା ୨୭୩ ହେଉଛନ୍ତି। ଅବଶ୍ୟ ଏନଡିଏର ଅନ୍ତିମ ନମ୍ବରରେ କିଛି କମ/ଅଧିକ ହୋଇପାରେ। କାରଣ କିଛି ବିଜେପି ସାଂସଦ ଅସନ୍ତୁଷ୍ଟ ରହିଥିବା ବେଳେ କିଛି ସ୍ୱାସ୍ଥ୍ୟବସ୍ଥା କାରଣରୁ ବିଦେଶ ଗସ୍ତରେ ଅଛନ୍ତି।

ବିରୋଧି ଦଳ ନିକଟରେ ଥିବା ସଂଖ୍ୟାବଳ
ଏଣେ ବିରୋଧି ଦଳ ନିକଟରେ ୨୨୨ ସଦସ୍ୟମାନଙ୍କର ସମର୍ଥନ ରହିଥିବା କୁହାଯାଉଛି।ଯେଉଁଥିରେ କଂଗ୍ରେସ ନେତୃତ୍ୱାଧୀନ ଉପାର ୬୩,ଏଆଇଏଡିଏମକେର ୩୭,ଟିଏମସିର ୩୪, ବିଜେଡିର୨୦, ଟିଡିପିର ୧୬, ଏବଂ ଟିଆରସିର ୧୧ ସାଂସଦ ଅଛନ୍ତି।କିନ୍ତୁ ସରକାର ଅନୁଭବ କରୁଛି ଯେ ବିଜେଡି,ଟିଆରଏସ ଏବଂ ଏଆଇଏଡିଏମକେଙ୍କର ସମର୍ଥନ ନ ମିଳିଲେ ମଧ୍ୟ ଏହି ଦଳ ଗୁଡ଼ିକ ନିରବ ରହିପାରନ୍ତି।

ବିରୋଧି ଦଳରେ ମଧ୍ୟରେ ଦୁଇ ଭାଗ
ବିରୋଧି ଦଳ ମଧ୍ୟ ଦୁଇ ଭାଗରେ ବିଭକ୍ତ ସ୍ଥିତିରେ ଅଛି।କଂଗ୍ରେସ ନେତୃତ୍ଵ ପକ୍ଷରେ ଟିଏମସି, ସିପିଏମ,ଏନସିପି, ଏସପି, ଆରଜେଡି ,ଆପ ଏବଂ ଟିଡିପି ରହିଛନ୍ତି।ଏମାନଙ୍କର ସର୍ବମୋଟ ସଂଖ୍ୟା ୧୫୦ ଏବଂ ଏହି ଦଳ ଗୁଡ଼ିକ ପ୍ରସ୍ତାବ ସପକ୍ଷରେ ଅଛନ୍ତି।ଦ୍ୱିତୀୟ ଗୋଷ୍ଠୀ ଏପରି ଅଛନ୍ତି ଯେଉଁମାନଙ୍କର ଭୂମିକା ତଟସ୍ଥ ହୋଇପାରେ।ଯେଉଁଥିରେ ଏଆଇଡିଏମକେ,ବିଜେଡି ଏବଂ ଟିଆରଏସ ଅଛନ୍ତି।ଏମାନଙ୍କ ସଂଖ୍ୟା ୭୦ ଅଟେ।ଯେଉଁ ଦଳ ଗୁଡ଼ିକ ସରକାରଙ୍କର ଆଲୋଚନା ହୁଏତ କରିପାରନ୍ତି କିନ୍ତୁ ଭୋଟ ଦାନରୁ ବିରତ ରହିପାରନ୍ତି।

କଂଗ୍ରେସ ଏବଂ ସରକାରଙ୍କର ଉଦ୍ଦେଶ୍ୟ
କଂଗ୍ରେସ ଚାହୁଁଛି ଅନାସ୍ଥା ପ୍ରସ୍ତାବ ସମୟରେ ଦଳ ବେରୋଜଗାରୀ, ଭ୍ରଷ୍ଟାଚାର,କୃଷକ ସମସ୍ୟା,ସାମାଜିକ ବିଭେଦ,ଦରଦାମ ବୃଦ୍ଧି ଆଦି ବିଷୟ ଉଠାଇ ଲୋକମାନଙ୍କର ଧ୍ୟାନ ଆକର୍ଷିତ କରିବ।ଏବଂ ଏହା ସହିତ ସରକାରଙ୍କ ବିରୋଧରେ ବିରୋଧି ଦଳଗୁଡ଼ିର ଏକଜୁଟତା ସନ୍ଦେଶ ଯିବ।ଏଣେ ସରକାରୀ ଦଳ ଆଶାରେ ଯେ,ଅନାସ୍ଥା ପ୍ରସ୍ତାବରେ ବିରୋଧୀ ଦଳ ବିଫଳ ହେବା ପରେ ସରକାରଙ୍କୁ ବିଧାନସଭା ନିର୍ବାଚନ ପୂର୍ବରୁ ‘ବିକ୍ଟ୍ରୀ’ ସାଇନ ଦେଖାଇବାର ସୁଯୋଗ ମିଳିଯିବ।ଏକଜୁଟତା ଏବଂ ଦୁର୍ବଳ ପ୍ରତିପାଦନ କରିବା ଏହି ଚେଷ୍ଟା ଭିତରେ ସୂଚନାଯୋଗ୍ୟ କି ବାଚସ୍ପତି ସୁମିତ୍ରା ମହାଜନ ତେଲୁଗୁ ଦେଶମ ପାର୍ଟି ଦ୍ଵାରା ସରକାରଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବୁଧବାର ଦିନ ସ୍ଵୀକାର କରି ନେଇଥିଲେ।ଶାସକ ଦଳ ଗଠବନ୍ଧନ ଅନାସ୍ଥା ପ୍ରସ୍ତାବକୁ ବିଫଳ କରି ବିରୋଧି ଦଳଙ୍କ ଏକତା ଉପରେ ଗଭୀର ଆଘାତ ଦେବାକୁ ଚାହୁଁଛି।ଏବଂ ଚେଷ୍ଟା ରହୁଛି ଅଣ ଏନଡିଏ ସଦସ୍ୟ ଅନୁପସ୍ଥିତ ରୁହନ୍ତୁ ଯାହା ଫଳରେ ବିରୋଧି ଅଧିକ ଦୁର୍ବଳ ସ୍ଥିତିରେ ରହିବେ।

କିନ୍ତୁ,ବିରୋଧି ଦଳ ଗୁଡ଼ିକର ରଣନୀତି ରହୁଛି ଯଦିଓ ସଂଖ୍ୟା ଖେଳ ସେମାନଙ୍କ ସହିତ ନଯାଉ କିନ୍ତୁ ଅନେକ ବିଷୟ ଉପରେ ଆଲୋଚନା ଜରିଆରେ ମୋଦୀ ସରକାରଙ୍କୁ ଘେରିବାର ସୁଯୋଗ ମିଳୁ।ତା ସହିତ ବିରୋଧି ଦଳ ୨୦୧୯ ପୂର୍ବରୁ ଏହି ବଡ଼ ଘଟଣାକ୍ରମ ଜରିଆରେ ଅଣ ଏନଡିଏ ଦଳ ଗୁଡ଼ିକଙ୍କର ଏକଜୁଟତା ଚାହୁଁଛି।ବିରୋଧୀ ଦଳର ଜଣେ ନେତାଙ୍କ କହିବା ଅନୁଯାୟୀ ସେମାନେ ଦରବୃଦ୍ଧି,ଅସହିଷ୍ଣୁତା,ଜିଏସଟିକୁ ଠିକ ଭାବରେ ଲାଗୁ କରାନଯିବା, ଚାଷୀଙ୍କର ଦୁରବସ୍ଥା,ଏମଏସପି ଆଦି ପ୍ରସଙ୍ଗ ଉଠାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.