Home ଓଡ଼ିଶା ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ମହିଳା ମୋର୍ଚ୍ଚା

ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ମହିଳା ମୋର୍ଚ୍ଚା

66

ସାମିଲ ରହିବେ ଓଡ଼ିଶା ସଭାନେତ୍ରୀ
ଭୁବନେଶ୍ୱର;୨୪, ଅଗଷ୍ଟ(ଓଡ଼ିଆ ପୁଅ):ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ବିଜେପି ମହିଳା ମୋର୍ଚ୍ଚା।ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସମେତ ୫ ଜଣ ମହିଳା ମୋର୍ଚ୍ଚା ଅଧିକାରୀ ମୋଦିଙ୍କୁ ସାକ୍ଷାତ କରି ରାକ୍ଷୀ ବାନ୍ଧିବେ।ଏଥିରେ ଓଡ଼ିଶା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ଅଛନ୍ତି।ଏମାନଙ୍କ ସମେତ ପଶ୍ଚିମବଙ୍ଗ ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଲୋକେଟ ଚାଟାର୍ଜୀ, କର୍ଣ୍ଣାଟକ ରାଜ୍ୟ ସଭାନେତ୍ରୀ ଭାରତୀ ସେଟ୍ଟୀ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସଭାନେତ୍ରୀ ଦର୍ଶନା ସିଂ ସାମିଲ ଅଛନ୍ତି।ଏ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ସାକ୍ଷାତ କରିବାକୁ ଥିବା ୫ ଜଣ ନେତ୍ରୀଙ୍କ ସୂଚୀ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁମତି ପତ୍ର ଲେଖିଛନ୍ତି।ଏହା ସହ ଆଉ ୫ ଜଣ ନେତ୍ରୀଙ୍କୁ ସୁଯୋଗ ପାଇଁ ମଧ୍ୟ ବିଜୟା ରହାତକର ଅନୁମତି ମାଗିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.