Home ଜିଲ୍ଲା ପରିକ୍ରମା ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ଭୁଲିଗଲେ ଜିଲାପାଳ ଓ ବିଧାୟକ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ, ନ୍ୟାୟ...

ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ଭୁଲିଗଲେ ଜିଲାପାଳ ଓ ବିଧାୟକ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ, ନ୍ୟାୟ ନମିଳିଲେ ଅନଶନ ଚେତାବନୀ ଦେଲେ ବିଧବା ପତ୍ନୀ

56

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ଷତିପୂରଣ ଘୋଷଣାକୁ ଭୁଲିଗଲେ ଜିଲାପାଳ ଓ ବିଧାୟକ । ଦୁଇବର୍ଷ ଧରି ଶୁଖୁନାହିଁ ମୃତକଙ୍କ ପରିବାରର ଆଖିଲୁହ । ଏଭଳି ଏକ ଅଭାବନୀୟ ଘଟଣା ଆଜି ପୁଣି ଥରେ ଦେଖିବାକୁ ମିଳିଛି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ଧାମନଗର ଉର୍ତ୍ସରୁ ଫେରୁଥିବାବେଳେ ବନ୍ତଛକ ପୋଲ ଉପରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁରୁଣାବଜାର ଅଂଚଳର ନିଜାମୁଦ୍ଦିନଙ୍କ ପରିବାରକୁ ଗତବର୍ଷ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲା ପ୍ରଶାସନ । ହେଲେ ଆଜକୁ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ତେବେ ପ୍ରତିଶ୍ରୁତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହିତ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପାଇବା ପ୍ରତିଶ୍ରୁତିକୁ ଅପେକ୍ଷା କରିଛି ନିଜାମୁଦ୍ଦିନଙ୍କ ବିଧବା ପତ୍ନୀ । ଏହାକୁ ନେଇ ମୃତକଙ୍କ ପତ୍ନୀ ଓ ତିନି କନ୍ୟା ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ସହିତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଭାଙ୍ଗୁନାହିଁ କାହାରି କୁମ୍ଭକର୍ଣ୍ଣ ନିଦ୍ରା । ଶେଷରେ ନ୍ୟାୟ ଓ କ୍ଷତିପୂରଣ ପାଇବା ପାଇଁ ଆଜି ତାଙ୍କ ୧୨ନଂ ୱାର୍ଡବାସୀଙ୍କ ସମେତ ସମାଜସେବୀ ହେମନ୍ତ ସାହୁ ନୂତନ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବର୍ଷକ ତଳେ ଧାରଣାରେ ବସିଥିଲା ଏହି ପରିବାର । କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପାଣିଫୋଟକା ଭଳି ମିଳାଇଯାଇଛି । ପୁନର୍ବାର ଲିଖିତ ଅଭିଯୋଗ ପରେ ୭ଦିନ ସମୟ ନେଇଛି ବିଧବା ତାଜା ବିବି । ନହେଲେ ୧୨ନଂ ୱାର୍ଡର ଗ୍ରାମବାସୀଙ୍କ ସହ ସେ ତାଙ୍କର ତିନି ବାପ ଛେଉଣ୍ଡ କନ୍ୟାକୁ ଧରି ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.