Home ଗଞ୍ଜାମ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ହିଂଜିଲି ବ୍ଲକ ଅଞ୍ଚଳରେ କାଳିଆ ଯୋଜନା ସଚେତନତା ରଥ ପରିକ୍ରମା...

ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀର ହିଂଜିଲି ବ୍ଲକ ଅଞ୍ଚଳରେ କାଳିଆ ଯୋଜନା ସଚେତନତା ରଥ ପରିକ୍ରମା ଆରମ୍ଭ

288

ବ୍ରହ୍ମପୁର: ୨୨/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର “ସଚେତନା ରଥ ” ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଂଜିଲି ବ୍ଲକରେ ପରିକ୍ରମା କରିବାର ଶୁଭାରମ୍ଭ ହୋଇଛି।ଏହି ରଥ ଆଜି ଠାରୁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ରେ ବୁଲିବା ଲକ୍ଷ୍ୟ ରହିଛି। ବିଡିଓ ପ୍ରସନ୍ନ କୁମାରପାତ୍ର ଦୀପ ପ୍ରଜଜ୍ୱଳନ କରିଥିବା ବେଳେ ଏହି ରଥର ଯାତ୍ରାକୁ ହିଞ୍ଜିଳି ବ୍ଲକ କୃଷିଅଧିକାରୀ ପ୍ରଶାନ୍ତ କୁମାର ନାଥ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ. ରଘୁନାଥ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ,  ବ୍ଲକର ସମସ୍ତ ଜିପିଓ, ବିଭାଗୀୟଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.