Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ‘ଦି ଟଲ୍‌ମ୍ୟାନ’ପୁସ୍ତକ ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ‘ଦି ଟଲ୍‌ମ୍ୟାନ’ପୁସ୍ତକ ପ୍ରଦାନ

21

ନୟାଗଡ଼, ୧୩ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଗସ୍ତରେ ଆସିଥିବା ୫ଟି ସଚିବ ବି.କେ ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତରରେ ଖୁସି ହୋଇ ରଣପୁର ବ୍ଳକ ଗୋପାଳପୁର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଶୁଭ୍ରସାଶ୍ୱତ ମାଝିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରୁ ‘ଦି ଟଲ୍‌ମ୍ୟାନ’ପୁସ୍ତକ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ମାଧ୍ୟମରେ ଏହି ପୁସ୍ତକ ଦିଆଯାଇଛି। ଏଥିରେ ପିଡି ଡିଆରଡିଏ ସୁବାଷ ଚନ୍ଦ୍ର ରାୟ, ଗୋପାଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଗଦାଧର ବେହେରା ଉପସ୍ଥିତ ଥିଲେ। ୫ଟି ସଚିବ ବିକେ ପାଣ୍ଡିଆନ ସ୍ମୁଲ ରୁପାନ୍ତରିତ କାର୍ଯ୍ୟକ୍ରମର ଇଂଟର ଆକ୍ସନ ବେଳେ ଗୋପାଳପୁର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଶୁଭ୍ରସାଶ୍ୱତଙ୍କୁ ଜନନାୟକ ବିଜୁ ପଟ୍ଟନାୟକଙ୍କ ଉପରେ ପ୍ରଶ୍ନ ପଚାରି ଖୁସି ହୋଇଯାଇଥିଲେ। ଫଳସ୍ୱରୁପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁଭ୍ରସାଶ୍ୱତଙ୍କୁ ଉକ୍ତ ପୁସ୍ତକ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.