Home ଅପରାଧ “#ମି ଟୁ”ଅଭିଯାନ:ଆକବରଙ୍କୁ ନେଇ ଭିର୍ଣ୍ଣ ମତ

“#ମି ଟୁ”ଅଭିଯାନ:ଆକବରଙ୍କୁ ନେଇ ଭିର୍ଣ୍ଣ ମତ

1219

କ’ଣ ରହିବ ଓଡ଼ିଶା ମହିଳା ମୋର୍ଚ୍ଚାର ମତ?
ଭୁବନେଶ୍ୱର;୧୬,ଅଗଷ୍ଟ:”#ମି ଟୁ” ଅଭିଯାନକୁ ନେଇ ସାରା ଦେଶରେ ଆଲୋଡ଼ନ ଚାଲିଥିବା ବେଳେ କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଏମ ଜେ ଆକବରଙ୍କ ପ୍ରସଙ୍ଗ ସବୁଠାରୁ ଆଲୋଚନାର ବିଷୟ ହୋଇଛି।ବିଦେଶରୁ ଫେରିବା ପରେ ସେ ନିଜର ଇସ୍ତଫା ପତ୍ର ପଠାଇବା ସହ ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି।ଅଭିଯୋଗ କାରିଣୀ ଜଣେ ସାମ୍ବାଦିକା ପ୍ରିୟା ରମାଣୀଙ୍କ ବିରୋଧରେ ମାନହାନୀ ମକଦମା କରିଛନ୍ତି।ଭାରତୀୟ ପିଙ୍ଗଳ କୋର୍ଡ଼ର ଧାରା ୪୯୯/୫୦୦ ଅନୁଯାୟୀ ମାମଲା ରୃଜୁ ହୋଇ ସାରିଛି।ତେବେ ଆକବରଙ୍କ ବିରୋଧରେ ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ଡଜନେ ମହିଳା ତାଙ୍କ ବିରୋଧରେ ଅଭିଯୋଗ ଉଠାଇ ସାରିଲେଣି।ଏହାକୁ ନେଇ ରାଜନୀତି ଏବେ ଜୋର ଧରିଥିବା ବେଳେ ବିଭିର୍ଣ୍ଣ ମହଲରୁ ଭିର୍ଣ୍ଣ ଭିର୍ଣ୍ଣ ମତ ପ୍ରକାଶ ପାଉଛି।

ବିରୋଧୀ ତ’ ପ୍ରଶ୍ନ ଉଠାଇବା ସ୍ୱାଭାବିକ।କିନ୍ତୁ ବିଜେପି ଭିତରେ ଏନେଇ ଭିର୍ଣ୍ଣ ଭିର୍ଣ୍ଣ ମତ ଶୁଣିବାକୁ ମିଳୁଛି।ଏପରି ପ୍ରସଙ୍ଗରେ ବିଜେପି ମହିଳା ନେତ୍ରୀଙ୍କ ମତ ଗୁରୁତ୍ୱ ବହନ କରୁଛି।”#ମି ଟୁ” କୁ ନେଇ ମହିଳା “ଠୁ ଲେଟ” କାହିଁକି?ଏପରି ପ୍ରଶ୍ନ ଉଠାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର।ରହାତକରଙ୍କ କହିବା ଅନୁଯାୟୀ ଯେଉଁ ମହିଳା ମାନଙ୍କର “#ମି ଟୁ” ନେଇ ସମସ୍ୟା ହୋଇଛି,ସେମାନଙ୍କୁ ପଦକ୍ଷେପ ଯଥେଷ୍ଟ ପୂର୍ବରୁ ଉଠାଇବାର ଥିଲା।ଯେଉଁ ମହିଳା ମାନଙ୍କର “#ମି ଟୁ” ନେଇ ସମସ୍ୟା ହୋଇଛି,ସେମାନଙ୍କ ସହ ବହୁତ ଭୁଲ ହେଇଛି।କିନ୍ତୁ ସେହିମାନେ ଏହିପରି ମହିଳା ଯେଉଁମାନେ ଶିକ୍ଷିତା ଏବଂ ଭଲ ସମାଜ ସହ ଜଡ଼ିତ।ତେଣୁ ଏମାନେ ଯଦି ଏବେ ଏହି ସମସ୍ୟା ଉଠାଇ ପାରୁଛନ୍ତି,ତେବେ ଏତେ ବିଳମ୍ବ କାହିଁକି?ଯଦି ଏହି ପଦକ୍ଷେପ ପୂର୍ବରୁ ନେଇ ଥାଆନ୍ତେ,ତେବେ ଭଲ ହୋଇ ଥାଆନ୍ତା।ସିଷ୍ଟମ ପୂର୍ବରୁ ଥିଲା ଏବେ ବି ଅଛି।ଯଦି କାହାକୁ ସମସ୍ୟା ପୂର୍ବରୁ ହୋଇଛି,ତେବେ ଔଷଧ ଏବେ କାହିଁକି ନେଉଛନ୍ତି?ଏହା ସହ ରାହତକର କହିଥିଲେ ଯେ ଅବଶ୍ୟ ନିଜ ବିଚାର ରଖିବା ପାଇଁ ପ୍ରତ୍ୟକ ପୁରୁଷ ଏବଂ ମହିଳା ସ୍ୱତନ୍ତ୍ର ଅଟନ୍ତି।

ତେବେ ଏ ବାବଦରେ ଆଉ ଦୁଇ ପାଦ ଆଗକୁ ଯାଇ ମନ୍ତବ୍ୟ ରଖିଛନ୍ତି ମଧ୍ୟ ପ୍ରଦେଶ ମହିଳା ମୋର୍ଚ୍ଚା ପ୍ରଦେଶ ଅଧ୍ୟକ୍ଷା ଲତା କେଲକର।କେଲକର କହିଛନ୍ତି ଯେଉଁ ମହିଳା ସାମ୍ବାଦିକା ଆରୋପ ଲଗାଇଛନ୍ତି,ସେ ଏତେ ମାସୁମ ନୁହଁନ୍ତି ଯେ,କେହି ସେମାନଙ୍କର ଫାଇଦା ଉଠାଇ ପାରିବ।ଅବଶ୍ୟ “ମି ଟୁ” ଅଭିଯାନକୁ ସମର୍ଥନ ଜଣାଇ କେଲକର କହିଛନ୍ତି ଯେ ଏହା ମହିଳାଙ୍କୁ ସାହସ ଯୋଗାଇବ ଏବଂ ଏହା ଦ୍ୱାରା ମହିଳା ମାନେ ଉତ୍ପୀଡ଼ିନ ବିରୋଧରେ ସ୍ୱର ଉତ୍ତୋଳନ କରି ପାରୁଛନ୍ତି।

ତେବେ ଏ ନେଇ ଏକ ଭିର୍ଣ୍ଣ ଧରଣର ମତ ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ।ସେ କହିଛନ୍ତି,ଯଦି ଏମ ଜେ ଆକବର ଦୋଷୀ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।କିନ୍ତୁ ଏହା ସହ ସେ କହିଛନ୍ତି ଆକବରଙ୍କର ପକ୍ଷ ମଧ୍ୟ ଶୁଣାଯିବା ଉଚିତ।ସରୋଜା କହିଛନ୍ତି #”ମି ଟୁ” ଅଭିଯାନରେ ଯେଉଁ ମହିଳା ମାନେ ଏତେ ଦିନ ପରେ ସାମ୍ନାକୁ ଆସୁଛନ୍ତି,ସେମାନଙ୍କର ପୀଡ଼ା ବ୍ୟକ୍ତ କରୁଛନ୍ତି,ସେମାନଙ୍କୁ ସମ୍ମାନ ମିଳିବା ଉଚିତ।କେହି ବି ମହିଳା ଏମିତିରେ କାହା ବିରୋଧରେ ଏପରି ଅଭିଯୋଗ ଲଗାଇ ପାରିବ ନାହିଁ।ସରୋଜା ପାଣ୍ଡେ କହିଛନ୍ତି ଯେ,କୌଣସି ମହିଳାଙ୍କ ସହିତ କେହି ଯଦି କେବେ କିଛି ସେପରି ଖରାପ ବ୍ୟବହାର କରିଥାଏ,ତେବେ ତାହାକୁ ସେ ଜୀବନ ସାରା ଭୁଲି ପାରେ ନାହିଁ।ତେଣୁ ସେମାନଙ୍କର ଅଭିଯୋଗର ସମ୍ମାନ ହେବା ଉଚିତ।

ଦୁଷ୍କର୍ମ ପରି ଘଟଣାକୁ ନେଇ “#ମି ଟୁ” ଅଭିଯାନର ଆରମ୍ଭ।ଦୁଷ୍କର୍ମ ଘଟଣାକୁ ନେଇ ଓଡ଼ିଶାରେ କ୍ରମାଗତ ଭାବରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ, କ୍ୟାଣ୍ଡେଲ ଯାତ୍ରା,କୋକେଇ ଯାତ୍ରା ଆଦି କରି ଆସୁଅଛି।ଏବେ ନିଜ ଦଳର ଜଣେ କେନ୍ଦ୍ରମନ୍ତ୍ରୀ ସେଥିରେ ଛନ୍ଦି ହୋଇ ଯାଇଛନ୍ତି।ତେବେ ଏହାକୁ ନେଇ କଣ ରହିବ ଓଡ଼ିଶା ମହିଳା ମୋର୍ଚ୍ଚାର ମତ?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.