Home ଅନୁଗୁଳ ମା ହିଙ୍ଗୁଳା ପାଠାଗାର ପକ୍ଷରୁ ବସ୍ତିରେ ରନ୍ଧାଖାଦ୍ୟ ବଣ୍ଟନ

ମା ହିଙ୍ଗୁଳା ପାଠାଗାର ପକ୍ଷରୁ ବସ୍ତିରେ ରନ୍ଧାଖାଦ୍ୟ ବଣ୍ଟନ

95

ତାଳଚେର,୧/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକଡାଉନ୍ କରାଯାଇଥିବାରୁ ଲୋକମାନେ ବାହାରକୁ ନଯାଇ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ଗରିବ,ଅସହାୟ ଓ ଦିନ ମଜୁରିଆ ଲୋକମାନଙ୍କର କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏଭଳି ଅସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର । ପାଠାଗାରର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁଙ୍କ ତତ୍ୱାବଧାନରେ ସଦସ୍ୟମାନେ ଆଜି ତାଳଚେର ପୌର ପୈାରଂଚଳ ଅନ୍ତର୍ଗତ ରେମୁଆଁ ମୁଣ୍ଡା ବସ୍ତିରେ ରହିଥିବା କ୍ଷୁଧାର୍ତମାନଙ୍କୁ ଦୁଇ ଶହ ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ । ଏହି ଅବସରରେ ସମସ୍ତ ପରିବାରକୁ କୋରୋନା ସମ୍ପର୍କରେ ସଚେତନତା କରାଯିବା ସହ ସ୍ୱଚ୍ଛତା, ସାମାଜିକ ଦୂରତା ବଜାୟ ରଖିବା ସହ ସଙ୍ଗରୋଧ ହୋଇ ଘରେ ରହିବାକୁ ପାଠାଗାରର ସଦସ୍ୟମାନେ ବୁଝାଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରଭାକର ପ୍ରଧାନ, ସଭାପତି ହାଡିବନ୍ଧୁ ପ୍ରଧାନ,କୋଷାଧ୍ୟକ୍ଷ ଦୟାନିଧି ସାହୁ,ନକୁଳ ସାହୁ, ସମାଜସେବୀ ବାପି ମହାନ୍ତି,ଗଣମାଧ୍ୟମ ପ୍ରତିନିଧି ଅଜିତ୍ ବେହେରା, ରଙ୍ଗାଧର ନାୟକ,ଅଜୟ ନାୟକ,ବାପୁନ୍ ମହାରଣା,ଆଲୋକ ସାହୁ,ମଳୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ପାଠାଗାରର ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.