Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌଚାଳନା ଓ ସାଇକେଲ ଚାଳନା ପ୍ରତିଯୋଗୀତା

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌଚାଳନା ଓ ସାଇକେଲ ଚାଳନା ପ୍ରତିଯୋଗୀତା

148

ମାଲକାନଗିରି,୮ା୧(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଲୋକ ପର୍ବ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ୧୧ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ,ଏହି ଉତ୍ସବ ଉପଲକ୍ଷେ ଆଜି ସତିଗୁଡା ଜଳଭଣ୍ଡାର ରେ ନୌଚାଳନା ପ୍ରତି ଯୋଗୀତା ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରାଓ୍ୟାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଳଭଣ୍ଡାର ମଧ୍ୟରେ ଆୟୋଜିତ ନୌଚାଳନା ପ୍ରତି ଯୋଗୀତାକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗୀତାରେ ୪୦ଜଣ ମତ୍ସଜୀବୀ ଭାଗନେଇଥିଲେ । ୧୦ଟି ଡଙ୍ଗାରେ ୪ଜଣ ଲେଖା ମୋଟ ୪୦ଜଣ ପ୍ରତି ଯୋଗୀ ଜଳଭଣ୍ଡାର ମଧ୍ୟରେ ନୌଚାଳନା କରିଥିଲେ । ଏହି ନୌଚାଳନା ପ୍ରତିଯୋଗୀତାରେ ଶୋରିଷମାଳ ଗ୍ରାମର ମତ୍ସଜୀବୀ ମଙ୍ଗଳା କବାସୀ,ରାମ ଭୂମିୟା,ବୁଦ୍ରାଓଡି,ଧନ ଡୁରୁକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶୋରିଷମାଳ ଗ୍ରାମର ଦ୍ୱିତୀୟ ଗୃପର ମତ୍ସଜୀବୀ ଲଇଛନ ମାଢି,ସୁନ୍ଦରା ମୁଦୁଲି,ଲକ୍ଷ୍ମା କବାସି, ବଳରାମ ମାଢି,ଦ୍ୱିତୀୟ ସ୍ଥାନ ଓ ମୁନୁଷା ଗ୍ରାମର ମତ୍ସଜୀବୀ ନରସିଂ ମାଢି,ଅଡମା ମାଡକାମି,ହରି ବାଟେ,ଦେବ ମାଡକାମି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଏହି ପ୍ରତିଯୋଗତା ସରିବାପରେ  ଅପରାହ୍ନରେ ବନବିଭାଗ ଇକୋ ପାର୍କ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା , ପ୍ରତିଯୋଗୀତା ରେ କୃତିତ୍ୱ ହାସଲକରିଥିବା ସମସ୍ତ ମତ୍ସଜୀବୀଙ୍କୁ ଧନ୍ୟବାଦ ଜଣାଇ ମାଲ୍ୟବନ୍ତ ଉତ୍ସବ ମଣ୍ଡପରେ ପୁରସ୍କୃତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ବାଲ କହିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ ସହ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ, ମତ୍ସବିଭାଗ ଅଧିକାରୀ ଓ ବନବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସୁଦୂର ପ୍ରସାରୀ ସତିଗୁଡା ଜଳଭଣ୍ଡାର ମଧ୍ୟରେ ସୁସଜିତ ୧୦ଟି ନୌକା ରେ ୪୦ଜଣ ପ୍ରତିଯୋଗୀ ଏକାସଙ୍ଗେ ନୌବିହାର କରିବାର ଦୃଶ୍ୟକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଜଳଭଣ୍ଡାର ନିକଟରେ ଠିଆ ହୋଇ ଉପଭୋଗ କରିଥିଲେ ।ଠିକ ସେହିପରି ଗତକାଲି ଜିଲ୍ଲାର ପ୍ରବେଶଦ୍ୱାରା ଗୋବିନ୍ଦପାଲୀ ନିକଟରୁ ସାଇକେଲ ସୋଭାଯାତ୍ରା ବାହାରି ଦୀର୍ଘ୫୫କିମି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପହଁଚିଥିଲା । ଏହି ସାଇକେଲ ପ୍ରତି ଯୋଗୀତାରେ ବିଭିନ୍ନ ସ୍କୁଲ କଲେଜର ଶତାଧିକ ଛାତ୍ର ଓ ଯୁବପୀଡି ମାନେ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.