Home ଜିଲ୍ଲା ପରିକ୍ରମା ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନକୁ ନେଇ ବିବାଦ ତୁଟିଲା,ଜାନୁଆରୀ ୧୧ରୁ ଆରମ୍ଭ ହେବ ଉତ୍ସବ

ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନକୁ ନେଇ ବିବାଦ ତୁଟିଲା,ଜାନୁଆରୀ ୧୧ରୁ ଆରମ୍ଭ ହେବ ଉତ୍ସବ

72

ମାଲକାନଗିରି,୯ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଲୋକପବ ର୍ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ ପୁର୍ବ ନାମ ମାଲ୍ୟବନ୍ତ ମହୋତ୍ସବ ରହି ଜାନୁଆରୀ ମାସ ୧୧ତାରିଖ ଠାରୁ ଏହା ଆରମ୍ଭ ହେବବୋଲି ସର୍ବସମ୍ମତୀ କ୍ରମେ ଏହି ବୈଠକରେ ନିସ୍ପତି ନିଆଯାଇଛି । ଆଜି ସନ୍ଧ୍ୟାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତା ରେ ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଗତକିଛି ଦିନତଳେ କିଛିବ୍ୟକ୍ତି ବିଶେଷ ମାଲ୍ୟବନ୍ତ ମହୋତ୍ସବ କୁ ପାଣ୍ଡୁମ ନାମରେ ପାଳିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଥିଲେ । ଏହି ନାମକୁ ଜିଲ୍ଲାର ଅନେକ ବୁଦ୍ଧିଜିବୀ ଓ ସ୍ଥାନୀୟ ଆଦିବାସୀ ମାନେ ନାପସନ୍ଦ କରିବାରୁ ଏହି ଉତ୍ସବ ପାଳନରେ ବିଳମ୍ବ ହୋଇଥିଲା, ଆଜି ଏକ ସ୍ୱତନ୍ତ୍ର ଭାବେ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ,ସ୍ଥାନୀୟ ଅଧିବାସୀ,ବରିଷ୍ଟ ନାଗରିକ,ଆଇନଜିବୀ, ସ୍ୱେଚ୍ଛାସେୀ ଅନୁଷ୍ଟାନ ର କର୍ମକର୍ତା,ଜିଲ୍ଲାସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତି ନିଧି ମାନଙ୍କୁ ଡକାଯାଇ ମତାମତ ନିଆଯାଇଥିଲା । ଆଗରୁ ପ୍ରଚଳିତ ହୋଇ ଆସୁଥିବା ମାଲ୍ୟବନ୍ତ ମହୋତ୍ସବ ନାମରଖା ଯାଉବୋଲି ସମସ୍ତେ ମତ ଦେଇଥିଲେ । ଏହି ବୈଠକରେ ସର୍ବସମ୍ମତି କ୍ରମେ ମାଲ୍ୟବନ୍ତ ମହୋତ୍ସବ ରହିବା ନେଇ ମତ ମିଳିଥିବାରୁ  ଏହି ଉତ୍ସବ ଜାନୁଆରୀ ମାସ୧୧ତାରିଖରୁ ଆରମ୍ଭ ହୋଇ ୧୫ତାରିଖରେ ଶେଷହେବ,୧୧,୧୨,୧୩ ତାରିଖରେ ଜିଲ୍ଲାସ୍ତରୀୟ ମୁଖ୍ୟଉତ୍ସବ ଓ ୧୪,୧୫ତାରିଖରେ ପଲ୍ଲୀଶ୍ରୀ ମାଳା ହେବାପାଇଁ ନିସ୍ପତି ନିଆଯାଇଛି ,ଏହିବୈଠକ ରେ ବିଧାୟକ ମାନସ ମାଡକାମି, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଏଫଓ ପି.ଦେବାଦାସ ମିରେସ,ମଚାଂଶିନ ଥିବବେଳେ ବିଡିଓ ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ  ବରିଷ୍ଟ ନାଗରିକ ଗଙ୍ଗାଧରବୁରୁଦା, ଆଇଟିଡିଏ ପ୍ରଶାସକ ରାମକୃଣ୍ଣଗଣ୍ଡ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ ମିଶ୍ର,ସାହିତ୍ୟ ଏକାଡେମୀ  ସଦସ୍ୟ ରତ୍ନାକରଦାଶ,ପୁର୍ବତନ ପୌରପରିଷଦ ଅଧ୍ୟକ୍ଷା  ରାଜଓନ୍ତ କୌର,ସମାଜସେବୀ ଜି.ଶ୍ରୀନିବାସ ରାଓ,ଉତମସାହା,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ପଣ୍ଡା,ଜିଲ୍ଲାସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି,ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗଦେଇ  ଆଲୋଚନାରେ ଭାଗନେଇଥିଲେ । ମାଲ୍ୟବନ୍ତ ମହୋତ୍ସବ ନାମକରଣ କୁନେଇ ଲାଗିରହିଥିବା ବିବାଦ ତୁଟି  ଯାଇ  ପୁରଣା ନାମ ମାଲ୍ୟବନ୍ତ ମହୋତ୍ସବ ରହିବା ଓ ଆସନ୍ତା ୧୧ତାରିଖ ଠାରୁ ଏହି ଉତ୍ସବ ଆରମ୍ଭ ହେଉଥିବା ଖବର ପାଇ  ସମଗ୍ର ଜିଲ୍ଲାବାସୀଙ୍କ ମନରେ ଆନନ୍ଦପ୍ରକାଶ ପାଇ ଖୁସିର ଲହରି ଖେଳି ଯାଇଛି ।      

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.