Home ଓଡ଼ିଶା ମାଲବାହୀ ଟ୍ରେନ ଲାଇନଚ୍ୟୁତ, କୋରାପୁଟ-ରାୟଗଡା ରେଳ ଚଳାଚଳ ବାଧାପ୍ରାପ୍ତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ, କୋରାପୁଟ-ରାୟଗଡା ରେଳ ଚଳାଚଳ ବାଧାପ୍ରାପ୍ତ

98

କୋରାପୁଟ୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ-ରାୟଗଡା ରେଳ ଲାଇନର ଦାମନଯୋଡି ଷ୍ଟେସନ ନିକଟରେ ଆଲୁମିନିଅମ୍ ପାଉଡର ଭରା ନାଲକୋ ଟ୍ରେନର ୧୪ଟି ୱାଗନ ଲାଇନଚ୍ୟୁତ ହୋଇଥିବାରୁ ଉକ୍ତ ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ନାଲକୋ ଲାଇନ ଓ କୋରାପୁଟ-ରାୟଗଡା ଟ୍ରେନ ଲାଇନ ଏକ୍ସଚେଂଜ ସ୍ଥାନ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ୫ଟି ୱାଗନ୍ କୋରାପୁଟ-ରାୟଗଡା (କେଆର୍)ଲାଇନ ଉପରେ ରହି ଯାଇଛି। ସେହି କାରଣରୁ କେଆର୍ ଲାଇନରେ ରେଳ ଚଳାଚଳ ପ୍ରବାବୀତ ହୋଇଛି। ରେଳବାଇ ସୂତ୍ରରୁ ମିଲିଥିବା ସୂଚନା ଅନୁଯାୟୀ, କୋରାପୁଟ-ରାଉରକେଲା ଏକ୍ସପ୍ରେସ କୋରାପୁଟରେ ଅଟକିଥିବା ବେଳେ ଆଜି ରାତ୍ର ୧୨ଘ.୫ମିନିଟରେ କୋରାପୁଟ ଛାଡିବ ବୋଲିଗେ୍ଧସନ ମ୍ୟାନେଜର ବଳରାମ ମୁଦୁଲି ସୂଚନା ଦେଇଛନ୍ତି।ଜଗଦଲପୁର ଯିବାକୁ ଥିବା ସମଲେଶ୍ୱରୀ ଏକ୍ସପ୍ରେସ ଲକ୍ଷ୍ମିପୁରରେ ଅଟକି ରହିଛି। ସେହିପରି ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ କୋରାପୁଟ-କୋତାବାଲସା ରୁଟରେ ଭାୟା ଆରକୁ ଓ ବିଶାଖାପାଟଣା ଦେଇ ରାତ୍ରୀ ୭ ଘ.୧୫ ମିନିଟରେ କୋରାପୁଟ ଛାଡିଥିବା ସେ ପ୍ରକାଶ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.