Home ଜିଲ୍ଲା ପରିକ୍ରମା ମାଲକାନଗିରି ସେଟଂ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ

ମାଲକାନଗିରି ସେଟଂ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ

206

ମାଲକାନଗିରି,୭ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ପାତ୍ରଗୁଡା ଠାରେ ଥିବା ସେଟଂ ଜାଭିୟର ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ହାଇସ୍କୁଲର ଅଧ୍ୟକ୍ଷ ନବକ୍ରୀଷ୍ଣା ସରକାର(ନିୟୁ) ଙ୍କ ପୌରହିତରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନସକୁମାର ଜେନା,ମୁଖ୍ୟବକ୍ତା ଭାବେ ସାହିତ୍ୟଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ସର୍ବଶିକ୍ଷା ଅଭିଯାନର ଶୈକ୍ଷିକ ସଂଯୋଜକ ମାନସ ରଜଂନ ଦାସ,ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ମୋହନଚନ୍ଦ୍ର ପାଢୀ(ରୁନା) ଯୋଗଦେଇ ଛାତ୍ର ଛାତ୍ରୀମାନେ କେବଳ ପାଠପଢି  କିଛି ଅର୍ଥରୋଜଗାର କରିବା ପାଇଁ ଚାକିରି ପଛରେ ଗୋଡାଇ ବା ଅପେକ୍ଷା ଜଣେ ଭଲମଣିଷ ହେବାପାଇଁ ଚେଷ୍ଟାକରିବା ଉଚିତ,ସେମାନେ କେବଳ ପୁସ୍ତକ କିଟ ହୋଇ ସବୁବେଳେ ପାଠପଢି ଚାପଗସ୍ତ ନ ହୋଇ କିଛି ସମୟ ପାଇଁ ଖେଳ କୁଦ ନୃତ୍ୟ ସଂଗୀତରେ ମନୋରଂଜନ କାର୍ଯ଼୍ୟରୋ ମନ ନିବେଶ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବାର୍ଷିକ ଉତ୍ସବର ଆୟୋଜନ କରାଯାଇଥାଏ ।

ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଲୋକାୟିତ କଳା ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ମଚାଂଶିନ ଅତିଥି ମାନେ ଭାଷଣ ପ୍ରସଙ୍ଗରେ କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ପ୍ରାୟ ୪୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ  ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀମାନେ ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ଟ୍ରଷ୍ଟି ପି.ସାଇକ୍ରୀଷ୍ଣା,ଶିକ୍ଷକ ପ୍ରଶାନ୍ତ ସାହା,ଶିକ୍ଷୟତ୍ରୀ ସଙ୍ଗୀତା ତିଆଡି,ସୁସ୍ମିତା ଦେବନାଥ,ଭି.ଅନିତା,ଓ ଶାନ୍ତିଲତା ବେହେରା,ପ୍ରମିଳା ରେଙ୍ଗଲି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶତାଧିକ ଅବିଭାବକ ଓ ଦର୍ଶକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନସାଂସ୍କୃତିକ କାର୍ଯ୍ୟକ୍ରମ ମନ ଭରି ଉପଭୋଗକରିଥଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.