Home ଜିଲ୍ଲା ପରିକ୍ରମା ମାଲକାନଗିରି ମହାବିଦ୍ୟାଳୟର ୪୦ମ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି ମହାବିଦ୍ୟାଳୟର ୪୦ମ ବାର୍ଷିକ ଉତ୍ସବ ପାଳିତ

72

ମାଲକାନଗିରି,୫ା୨ (ଓଡିଆ ପୁଅ ) ଆଜି ଜିଲ୍ଲାସଦର ମହକୁମା ଠାରେ ଥିବା ମାଲକାନଗିରି ମହାବିଦ୍ୟାଳୟର ୪୦ମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ହସ୍ତତନ୍ତ ଓ ବୟନ କାରିଗରି ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ,ମୁଖ୍ୟବକ୍ତା ଭାବେ ଉକ୍ତ ବିଦ୍ୟାଳୟର ପୁବ ର୍ତନ ଅଧକ୍ଷ ତଥା ଉଚ୍ଚଶିକ୍ଷାବିଭାଗ ଉପଦେଷ୍ଠା ସନ୍ତୋଷ କୁମାର ତ୍ରୀପାଠୀ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ପୁବ ର୍ତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର,ପୁବ ର୍ତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି ଯୋଗଦେଇଥିଲେ, ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଛାତ୍ର ଛାତ୍ରୀ ମାନେ ଉଚ୍ଚଶିକ୍ଷାଲାଭକରି ଭବିସ୍ୟତରେ ଚାକିରି ପଛରେ ନ ଗୋଡାଇ ଜଣେ ଭଲମଣିଷ ହୋଇ ସୁନାଗରିକ ହେବାସହିତ ଗରିବ ଲୋକଙ୍କ ସେବା ପାଇଁ ଆଗେଇ ଆସିବା ଦରକାର ,ଛାତ୍ର ଛାତ୍ରୀ ମାନେ ଶୁଙ୍ଖଳିତ ହୋଇ ଶିକ୍ଷାଗ୍ରହଣ କରି ସ୍ୱର୍ଗତ ଡଃ.କାଲାମ ଙ୍କ ପରି ଆଦର୍ଶବାନ ହୋଇ ବଡ ବୈଜ୍ଞାନିକ ହେବାପାଇଁ ଚେଷ୍ଟାକରିବା ଦରକାର ବୋଲି ପରାମର୍ଶ ଦେଇଥିଲେ ôା ସଭାପ୍ରାରମ୍ଭରେ ମଚାଂସିନ ଅତିଥିମାନେ ଜଗନ୍ନାଥଙ୍କ ପ୍ରତି ମୁର୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିବାପରେ ମହାବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନକରିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷାଅଭିଯାନ ପାଠିଂ ଦ୍ୱାରା ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ କୁ ମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ଅବସରେ ବିଭିନ୍ନପ୍ରତି ଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନକରିଥିଲେ । ଅଧ୍ୟାପକ ରଜଂନକୁମାର ସ୍ୱାଇଁ ପ୍ରାରମ୍ଭିକ ସୁଚନା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନକରିଥିଲେ ।ଏହିଅବସରେ ଅନ୍ୟାନମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା,ଛାତ୍ର ଛାତ୍ରୀ, ଅବିଭାବକ ମାନେ ଯୋଗଦେଇଥିଲେ । ଶେଷରେ ଅଧ୍ୟାପକ ଗୌତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଂନ୍ଧ୍ୟାରେ କଲେଜର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯକ୍ରମ ପରିବେଷଣ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.