Home ଓଡ଼ିଶା ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ମୁକୁନ୍ଦ ସୋଡି ହେଲେ ପ୍ରାର୍ଥୀ

ମାଲକାନଗିରି ବିଧାନସଭା ଆସନ ପାଇଁ ବିଜେଡି ଦଳରୁ ମୁକୁନ୍ଦ ସୋଡି ହେଲେ ପ୍ରାର୍ଥୀ

335

ମାଲକାନଗିରି, ୨୪ା୩ (ଓଡିଆ ପୁଅ) ମାଲକାନଗିରି ବିଧାନସଭା ଆସନପାଇଁ ବିଜେଡି ଦଳରୁ ମୁକୁନ୍ଦ ସୋଡିଙ୍କୁ ପ୍ରାର୍ଥୀ ଭାବେ ଆଜି ଘୋଷଣା କରାଯାଇଛି। ଏହି ଆସନ ପାଇଁ ବିଜେଡି ଦଳରୁ ବିଧାୟକ ମାନସ ମାଡକାମିଙ୍କ ସହ ୩ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ବହୁକଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ରାଜ୍ୟ ବିଜେଡି ସୁପ୍ରୀମୋ ଓ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଦିନ ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀ ସୋଡି ତାଙ୍କ ନାମାଙ୍କନ ପତ୍ରଦାଖଲ କରିବେ ବୋଲି ଜଣାପଡିଛି। ବିଧାୟକ ମାନସ ମାଡକାମିଙ୍କ ବଦଳରେ ମୁକୁନ୍ଦ ସୋଡିଙ୍କୁ ବିଜେଡି ଦଳରୁ ଟିକେଟ ମିଳିଥିବା ସଂପର୍କରେ ଶ୍ରୀ ମାଡକାମିଙ୍କ ପ୍ରତିକ୍ରୀୟା ନେବାରୁ ସେକହିଥିଲେ ବିଜେଡି ଦଳ ଏକ ଶୃଙ୍ଖଳିତ ଦଳ ହାଇକମାଣ୍ଡ ଯାହାକୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି ଆମେ ତାଙ୍କୁ ସହ ଯୋଗକରିବୁ, କେବଳ ତାଙ୍କୁ ନୁହଁ, କିପରି ନବରଙ୍ଗପୁର ସାଂସଦ, ଚିତ୍ରକୋଣ୍ଡା ଓ ମାଲକାନଗିରି ଆସନରୁ ବିଜେଡି ଦଳର ପ୍ରାର୍ଥୀ ବିଜୟ ହାସଲ କରିବେ ସେଥିପ୍ରତି ମୁଁ ଗୁରୁତ୍ୱ ଦେବି ବୋଲି ଶ୍ରୀ ମାଡକାମି କହିଛନ୍ତି। ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୋମବାର ଥିବାରୁ ସେହି ଦିନ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ବିଜେଡି ଦଳରୁ ପୂର୍ଣ୍ଣଚନ୍ଦ୍ର ବାକା, ବିଜେପି ଦଳରୁ ପଦୁମାଝୀ, ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାଜପା ଦଳରୁ ଆଦିତ୍ୟମାଢିଙ୍କ ସହିତ ଚିତ୍ରକୋଣ୍ଡା ଓ ମାଲକାନଗିରି ଆସନପାଇଁ ଅନ୍ୟ କିଛି ସ୍ୱାଧୀନ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.