Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ହସପିଟାଲରେ ଯୁବକଙ୍କ ଉନ୍ନତକାଣ୍ଡ,ଭଙ୍ଗାରୁଜା କରି ଭୁଲ ମାଗିଲେ

ମାଲକାନଗିରି ଜିଲ୍ଲା ହସପିଟାଲରେ ଯୁବକଙ୍କ ଉନ୍ନତକାଣ୍ଡ,ଭଙ୍ଗାରୁଜା କରି ଭୁଲ ମାଗିଲେ

100

ମାଲକାନଗିରି,୧୧ା୨ (ଓଡିଆ ପୁଅ )ମାଲକନଗିରି ଜିଲ୍ଲା ହସପିଟାଲରେ ବୁଧବାର ରାତ୍ର କିଛି ଯୁବକ ନିଶାଶକ୍ତ ଅବସ୍ଥାରେ ହସପିଟିଲାର କବାଟ ଝରକା ଓ ଆସବା ପତ୍ର ଭଙ୍ଗାରୁଜା କରିବା ସହିତ ଫିଙ୍ଗାଫୋପଡା କରିଥିବାର ଜଣାପଡିଛି । ସୁଚନା ଅନୁଯାଇ ଏକ ରୋଗୀର ଚିକିତ୍ସା କୁ ନେଇ ଏପରି କାଣ୍ଡଘଟିଛି । ଡାକ୍ତରଙ୍କ ବିନାପ୍ରେସକୁଶନରେ ଔଷଧ ମାଗିବାରୁ ଡାକ୍ତରଖାନା କର୍ମାଚାରୀ ମନା କରିଦେଇଥିଲେ । ତାପରେ ତୁମୁଳ କାଣ୍ଡ ଆରମ୍ଭ ହୋଇଯାଇଥିଲା । ହସପିଟାଲର କାଚ କବାଟ ଝରକା ସାଇନ ବୋର୍ଡ ଭ୍‌ାଙ୍ଗିଦେବାସହିତ ଆସବା ପତ୍ର ଗୁଡିକୁ ଫାଙ୍ଗି ଫୋପଡା କରିଥିଲେ । ଏହା ଦେକି ହସପିଟାଲ କର୍ମାଚାରୀ ମାନେ ଭୟଭିତ ହୋଇ ପିସିଆର ଭ୍ୟାନକୁ ଫୋନ କରିବାରୁ ପିସିଆର ଭ୍ୟାନ ହସପିଟାଲରେ ପହଁଚିବା ପରେ ଯୁବକ ମାନେ କିଏ କେଉଁଆଡେ ଲୁଚି ପଳାଇଥିବା ବେଳେ ଦୁଇଜଣ ଙ୍କୁ ପୁଲିସ ଥାନାକୁ ଧରିନେଇ ପଚରା ପଚରି କରୁଥିବାର ଜଣାପଡିଛି । ଏ ସଂପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପି.କେ.ନନ୍ଦ କହିଛନ୍ତି ବୁଧବାର ରାତ୍ର ଗୋଟାଏ ବେଳେ କିଛି ଯୁବକ ଜିଲ୍ଲାହସପିଟାଲ କୁ ଆସି ପାରସେଟମଲ ବଟିକା ଦିଅବୋଲି କହିଥିଲେ, ହସପିଟାଲରେ ରାତ୍ର ଡିୟୁଟିରେ ଥିବା କର୍ମଚାରୀ ବିନା ପ୍ରେସକ୍ୟୁସେନରେ ଦିଆ ଯିବା ନାହିଁ ବୋଲି କହିବାରୁ ସେହି ଯୁବକ ମାନେ ରାଗି ଯାଇ କାଚ କବାଟ ଝରକରା କୁ ଭାଙ୍ଗିଦେଇଥିଲେ । ଆଜି ସକାଳେ ସେହି ଯୁବକ ମାନେ ହସପିଟାଲକୁ ଆସି ଭୁଲ ମାଗିବା ସହ ଭାଙ୍ଗି ଯାଇଥିବା କବାଟ ଝରକା ଗୁଡିକୁ ମରାମକରିଦେବେ ଆଉ ଏମତି ଭୁଲ କାମକରିବେ ନାହିଁ ବୋଲି ଏକ ଲିଖିତ ପତ୍ର ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.