Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ବିଜେଡି ଦଳରେ ଫାଟ,ଜିଲ୍ଲାସଂପାଦକ ସହ ବ୍ଲକ ସଭାପତି ଙ୍କୁ ନିଲମ୍ବିତ

ମାଲକାନଗିରି ଜିଲ୍ଲା ବିଜେଡି ଦଳରେ ଫାଟ,ଜିଲ୍ଲାସଂପାଦକ ସହ ବ୍ଲକ ସଭାପତି ଙ୍କୁ ନିଲମ୍ବିତ

103

ମାଲକାନଗିରି,୩ା୧୧(ଓଡିଆ ପୁଅ ) ଗତ କିଛି ଦିନହେଲା ମାଲକାନଗିରି ଜିଲ୍ଲାବିଜେଡି ଦଳମଧ୍ୟରେ ଶୀତଳ ଯୁଦ୍ଧଆରମ୍ଭ ହୋଇ ଯାଇଛି । ଜିଲ୍ଲା ସଭାପତି ତଥା ବିଧାୟକ ଜଣେ ମନ୍ତ୍ରୀଙ୍କ କଥାରେ ପରିଚାଳିତ ହେଉଥିବା ବେଳେ କିଛି ନେତା ଓ କର୍ମୀ ମାନେ ଭୁବନେଶ୍ୱରର ବିଜେଡି ଦଳର ସୁପ୍ରିମୋ ଙ୍କ ପାଖ ଜଣେ ଟାଣୁଆ ନେତା ଓ ମନ୍ତ୍ରୀ ଙ୍କ ମଙ୍ଗ ଧରି ଚାଲିଛନ୍ତି । ଯାହା ଫଳରେ ଜିଲ୍ଲାବିଜେଡି ଦଳପ୍ରତି ଏହା ଭୟଙ୍କର ପରିସ୍ଥି୍ତି ସୃଷ୍ଟିହୋଇଛି । ଦଳ ମଧ୍ୟରେ କୁହୁଳୁଥିବା ନିଆଁ  ଏବେ ପଦାକୁ ଆସିଯାଇଛି । ଜିଲ୍ଲା ବିଜେଡିଦଳର ସାଧାରଣ ସଂପାଦକ ପ୍ରଭାକରପ୍ରଧାନ ଓ ଉପଦେଷ୍ଟା ରାଜେନ୍ଦ୍ରପଣ୍ଡାଙ୍କୁ ପଦବିରୁ ନିଲମ୍ବିତ କରିବାସହ କାରଣା ଦର୍ଶାନୋଟିସ ସେମାନଙ୍କୁ ଦେବାସହିତ ମୁଖ୍ୟମନ୍ତ୍ରୀ ,ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ନିକଟକୁ ଜିଲ୍ଲାସଭାପତି ପଠାଇଥିବା ନକଲ ଭାଇରାଲ ହେବାପରେ ବିଜେଡି ଦଳ ମଧ୍ୟରେ ଗୋଷ୍ଟିକନ୍ଦଳ ପଦାକୁ ଆସିଯାଇଥିଲା । ଏ ସଂପର୍କରେ ଜିଲ୍ଲା ସଭାପତି ତଥା ବିଧାୟକ ମାନସ ମାଡକାମି କହିଛନ୍ତି ଜିଲ୍ଲା ସଂପାଦକ ଓ ଉପଦେଷ୍ଟା ବିଜେଡି ଦଳରେ ରହି ଦଳୀୟ କାର୍ଯ୍ୟ କୁ ବିରୋଧ ସହ ବ୍ୟକ୍ତିଗତ ଭାବେ ଅଶ୍ଲୀଳ ମନ୍ତବ୍ୟ ଦେବା ଘଟଣାରେ ଦଳର ଅନ୍ୟନେତା ଓ କର୍ମୀ ମାନେ ସେମାନଙ୍କ ପ୍ରତି ଅସନ୍ତୁଷ୍ଟ ହେବା ଓ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଦଳବିରୋଧୀ କାର୍ଯ୍ୟପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଏହା ଦ୍ୱାରା ଦଳଉପରେ କୌଣସି ପ୍ରଭାବ ପଡିବନାହିଁ । ଅପର ପକ୍ଷରେ ନିଲମ୍ବିତ ହୋଇଥିବା ସାଧାରଣ ସଂପାଦକ ଶ୍ରୀ ପ୍ରଧାନ ଓ ଉପଦେଷ୍ଟା ଶ୍ରୀ ପଣ୍ଡା ଜିଲ୍ଲାସଭାପତିଙ୍କ ଏହି କାର୍ଯ୍ୟ ପ୍ରତିଅସନ୍ତୋଷ ପ୍ରକାଶ କରି ସଭାପତି ଶ୍ରୀ ମାଡକାମି କିଛି ଦଳରେ ଥିବା ତୋଷାମଦକାରୀ ଙ୍କ ପ୍ରରୋଚନାରେ ପଡି ଆମକୁ ପଦବିରୁ ନିଲମ୍ବିତ କରିଛନ୍ତି ଏହା ଅନ୍ୟାୟ ହୋଇଛି, ଆମେ ଦଳପାଇଁ ଜୀବନ ଦେଇଦେବୁ, ଆମେ ଦଳକୁ କେବେ ସମାଲୋଚନା କରିନାହୁଁ କି କୌଣସି ଅଶ୍ଳୀଳ ମନ୍ତବ୍ୟଦେଇ ନାହୁଁ , ଏହା ଆମ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଇତି ପୁର୍ବରୁ କୋରକୁଣ୍ଡା ବ୍ଲକ ସଭାପତି ସତ୍ୟପାଣିଗ୍ରାହୀ,ମାଥିଲି ବ୍ଲକସଭାପତି ସଦା ପୂଜାରୀ ଙ୍କୁ ପଦବିରୁ ନିଲମ୍ବିତ କରା ଯାଇଥିଲା । ଗୋଟିଏ ପଟେ ବିଜେଡି ଦଳର ଜନସଂପର୍କ ପଦ ଯାତ୍ରା କରାଯାଇ ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ଭାଜପା କର୍ମୀମାନଙ୍କୁ ଦଳରେ ସାମିଲ କରାଯାଉଥିବା ବେଳେ ଅନ୍ୟପଟେ ଦଳରେ ଥିବା କର୍ମକର୍ତାମାନଙ୍କୁ ନିଲମ୍ବିତ କରିବା ଘଟଣା ବିରୋଧିଦଳ ପାଇଁ ଗରମା ଗରମ ଖୋରାକ ଯୋଗାଇ ଦେଇଥିବା ବେଳେ ଏହା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି ।  ଏହିପରି ବିଜେଡି ଦଳରେ ଗୋଷ୍ଟିକନ୍ଦଳ ଲାଗିରହିଲେ ଆଗାମୀ ଦିନରେ ନିର୍ବାଚନ ପାଇଁ ବିଜେଡି ଦଳ ଅଡୁଆ ପରିସ୍ଥିତିରେ ପଡି ଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ କହୁନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.