Home ଓଡ଼ିଶା ମାଲକାନଗିରି ଜିଲ୍ଲା ପୁଲିସର ସଫଳତା: ୨୪ ଘଣ୍ଟା ମଧ୍ୟରେ ୨ ହତ୍ୟାକାରୀ ଗିରଫ

ମାଲକାନଗିରି ଜିଲ୍ଲା ପୁଲିସର ସଫଳତା: ୨୪ ଘଣ୍ଟା ମଧ୍ୟରେ ୨ ହତ୍ୟାକାରୀ ଗିରଫ

494

ମାଲକାନଗିରି, ୫ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ସଫଳତା। ୨ ଟି ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ୨ଜଣ ଆସାମୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଗତ କାଲି ପଡିଆ ଥାନାସ୍ଥ ଗୋଠନପାଲି ଦାମାଗୁଡା ଗ୍ରାମର ଇର୍ମାକୁଜାଂମି(୬୫) ନାମକ ବ୍ୟକ୍ତି ନିଜ ଜମି ଲାଡିରେ ଥିବା ସମୟରେ ସେହି ଗ୍ରାମର ଆଡମା ମାଢି(୩୫) ନାମକ ଯୁବକ ତାଙ୍କୁ ଏକ ଲାଠିରେ ପିଟି ପିଟି ମାରିଦେଇ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ପରେ ଗ୍ରାମବାସୀମାନେ ଏହା ଜାଣିପାରି ପୁଲିସକୁ ଖବର ଦେଇଥିଲେ। ପଡିଆ ଥାନାପୁଲିସ ଘଟଣାର ତଦନ୍ତ କରି ଆସାମୀ ଆଡମା ମାଢିଙ୍କୁ ଗିରଫ କରିଛନ୍ତି। ସେ କାହିଁକି ମାରିଲା ବୋଲି ପୁଲିସ ପଚାରିବାରୁ ଇର୍ମା ଜଣେ ଗୁଣିଆ ସେ ଗୁଣିକରି ଅନେକ ଲୋକଙ୍କୁ ହଇରାଣ କରୁଥିବାରୁ ତାକୁ ମାରିଦେଇଛି ବୋଲି ପୁଲିସ ନିକଟରେ ଆଡମା ସ୍ୱୀକାର କରିଛି। ଆଜି ପୁଲିସ ଆଡମାକୁ ଗରଫ କରି କୋର୍ଟ ଚାଲାଣ କରିଛନ୍ତି। ଠିକ ସେହିପରି ମୋଟୁ ଥାନାସ୍ଥ ଏମପିଭି ୫୫ ଗ୍ରାମର ଗୀତା ମଣ୍ଡଳ ନାମୀ ମହିଳାଙ୍କୁ ତାଙ୍କ ପୁଅ ତାପସ ମଣ୍ଡଳ(୩୫) ଅତ୍ୟଧିକ ମଦ୍ୟପାନକରି ଗତକାଲି ନିର୍ମମଭାବେ ପିଟି ପିଟି ମାରିଦେଇ ଗାଁ ଦାଣ୍ଡରେ ପାଳ ପକାଇ ପୋଡି ଦେଇଥିଲେ। ଜମି ବିକ୍ରୀକୁ କେନ୍ଦ୍ର କରି ମା ପୁଅ ମଧ୍ୟରେ ଗତକାଲି ଝଗଡା ହୋଇଥିଲା, ଏହି ଝଗଡାରେ ପୁଅ ତାପସ ରାଗି ଯାଇ ନିକଟରେ ପଡିଥିବା ଏକ ସିମେଣ୍ଟ ଇଟାରେ ତାଙ୍କ ମା ଙ୍କ ମୁଣ୍ଡକୁ ପିଟି ଦେଇଥିଲେ ସେ ଅଚେତ ହୋଇପଡିଗଲାପେରେ ଗାଁ ଦାଣ୍ଡକୁ ନେଇ ପାଳପକାଇ ପୋଡିଦେଇ ଫେରା ହୋଇ ଯାଇଥିଲେ। ଏ ସଂପର୍କରେ ଗ୍ରାମବାସୀ ମାନେ ମୋଟୁଥାନାପୁଲିସକୁ ଖବର ଦେବାପରେ ପୁଳିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଜାଣିବାକୁ ପାଇଲେ ତାପସ ଟାଗୋର କୋଟା ଗ୍ରାମରେ ଅଛି ସେ ଆନ୍ଧ୍ର ପ୍ରଦେଶକୁ ଲୁଚି ପଳାଇବା ଫାଇଁ ଚେଷ୍ଟାକରୁଛି। ପୁଲିସ ସେଠାରେ ପହଁଚି ଆଜି ଆସାମୀ ତାପସକୁ ଗିରଫ କରିଛନ୍ତି। ଦୁଇଟି ହତ୍ୟାଘଟଣାର ଅଭିଯୁକ୍ତ ଙ୍କୁ ପୁଲିସ ମାତ୍ର ୨୪ଘଣ୍ଟା ମଧ୍ୟରେ ଗିରଫ କରି ପାରିଛନ୍ତି ବୋଲି ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେହି ଦୁଇ ହତ୍ୟାକାରୀଙ୍କ ସଂପର୍କରେ ଏସପି ଜଗମୋହନ ମୀନା ସୂଚନା ଦେଇ ପଡିଆ ଓ ମୋଟୁ ଥାନା ପୁଲିସଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଏସଡିପିଓ ଶ୍ରବଣ ବିବେକ ଏମ, ଏସଡିପିଓ ମାନସ ରଞ୍ଜନ ବାରିକ, ମାଲକାନଗିରି ଥାନା ଆଇଆଇସି ସୌମେନ୍ଧୁ ଶେଖର ତ୍ରୀପାଠୀ, ମୋଟୁ, ପଡିଆ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.